Advertisment

"ସେ କୁକୁର ନୁହେଁ ମୋ ପୁଅ"

ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି

author-image
Sarbeswar
ଅଦ୍ୟତନ ହୋଇଛି
Daily Wager’s Heart Cries Out For Strays, Feeding Dogs In Khordha Without Anyone’s Help

Dog Lover

ରାସ୍ତା କଡରେ ଚେନ୍‌ରେ ବନ୍ଧା ହୋଇ ରହିଛନ୍ତି ଦେଶୀ କୁକୁର। ଆଉ ସେହି କୁକୁର ସହ କଥାବାର୍ତ୍ତା ହେଉଛନ୍ତି ଜଣେ ବ୍ୟକ୍ତି। ଖାଲି କଥାବାର୍ତ୍ତା ନୁହେଁ ବରଂ ତାକୁ ଗାଧୋଇ ଦେଉଛନ୍ତି ତ ପୁଣି କେତେବେଳେ କୁକୁରର ଗୋଡ ଧରି ରାସ୍ତାରେ ଟାଣି ଟାଣି ନେଉଛନ୍ତି। କୁକୁରଟି ବି ମାଲିକଙ୍କ କଥାକୁ ଯେମିତି ଅକ୍ଷରେ ଅକ୍ଷରେ ପାଳନ କରୁଛି...

Advertisment

ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି । ବୁଲା କୁକୁରଙ୍କୁ ଯେମିତି ଭଲପାଆନ୍ତି ସେମିତି ଯତ୍ନ ବି କରନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ କୁକୁରଙ୍କ ଲାଳନପାଳନ ପାଇଁ ମନୋରଂଜନ କାହାଠାରୁ ଟଙ୍କା ମାଗନ୍ତି ନାହିଁ। ବରଂ ନିଜେ ପରିଶ୍ରମ କରି ଯାହା ରୋଜଗାର କରନ୍ତି ସେଥିରେ ବୁଲା କୁକୁରଙ୍କ ଖାଇପିଇବାକୁ ଦିଅମ୍ତି ଆଉ ନିଜେ ବଂଚନ୍ତି...

ଅଧିକ ପଢ଼ନ୍ତୁ: ବେକରେ ଫୁଲମାଳ ପକାଇ କୁକୁରଙ୍କୁ ଦିଆଯାଉଛି ବଡ଼ ସମ୍ମାନ, ଜାଣନ୍ତୁ କାହିଁକି..?

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସ୍ୱଳ୍ପ ରୋଜଗାରରେ ବି କୁକୁରଙ୍କ ନିଇତି ସୁସ୍ୱାଦୁ ଖାଦ୍ୟ ଦିଅନ୍ତି ମନୋରଂଜନ। ସକାଳେ ଇଟିଲି ତରକାରୀ...ମଧ୍ୟାହ୍ନରେ ଭାତ ସାଙ୍ଗକୁ ଚିକେନ୍ । ଖାଲି ଏତିକି ନୁହେଁ ଯେଉଁ କୁକୁର ଯାହା ଖାଇବାକୁ ପସନ୍ଦ କରେ ତାକୁ ସେମିତି ଖାଇବା ଦିଅନ୍ତି ମନୋରଂଜନ। ତାଙ୍କର ଏମିତି କୁକୁରଙ୍କ ପ୍ରତି ଥିବା ଭଲପାଇବା ଦେଖି ସ୍ଥାନୀୟ ଅଂଚଳରେ ବି ବେଶ୍‌ ପ୍ରଶଂସା ହୁଏ....

କୁକୁରମାନଙ୍କୁ ସେ ଏତେ ମାତ୍ରାରେ ଭଲପାଆନ୍ତି ଯେ ତାଙ୍କ ଭାଷାକୁ ବେଶ୍ ସହଜରେ ବୁଝି ପାରନ୍ତି ବୁଲା କୁକୁର। ଏମିତିକି କୌଣସି ବିପଦ ଆସିବାରେ ଥିଲା କୁକୁରମାନେ ମନୋରଂଜନଙ୍କୁ ଚେତାଇ ଦେଉଥିବା ସେ କହିଛନ୍ତି। ଏହାସହ ଏଇ କୁକୁରମାନେ ତାଙ୍କ ଦୁନିଆ ବୋଲି ସେ କୁହନ୍ତି। ସତରେ ବୁଲା କୁକୁରଙ୍କୁ ଲୋକମାନେ ଗୋଡାଉଥିବା ବେଳେ ଇଏ ଏମିତି ଜଣେ ବ୍ୟକ୍ତି ଯିଏ ତାଙ୍କ ସେବାରେ ନିଜର ସବୁ ସାମର୍ଥ ଲଗାଇ ଦେଇଛନ୍ତି...ସତରେ ଏମିତି ବ୍ୟକ୍ତିଙ୍କୁ ସହେ ସଲାମ୍‌... 

Dog Lover
Advertisment
Advertisment