Advertisment

ଲିଓ କରୁଛି ରେକର୍ଡ ବ୍ରେକିଂ ରୋଜଗାର; ୩ ଦିନରେ କଲାଣି ଏତେ କୋଟି ଆୟ

ଅକ୍ଟୋବର ୧୯ରେ ପ୍ରେକ୍ଷାଳୟରେ ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ‘ଲିଓ’ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ପାଉଛି। ସେଥିପାଇଁ ସାଉଥ୍‌ରେ ସବୁଠୁ ଜବରଦସ୍ତ ଓପେନିଂ କରି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଶାହରୁଖଙ୍କ ଫିଲ୍ମ ‘ଜବାନ’ ପରି ଗତ ତିନି ଦିନ ମଧ୍ୟରେ ଫିଲ୍ମର ଆୟ ମଧ୍ୟ ଜବରଦସ୍ତ ହୋଇଛି।

author-image
Pramod Behera
leo tsunami continues with 3 days box office is there fight with jawan

ତେବେ ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଏବଂ ତୃତୀୟ ଦିନର ରୋଜଗାର ଟିକେ ମାନ୍ଦା ପଡିଛି। କିନ୍ତୁ ରେକର୍ଡ ବ୍ରେକିଂ ରୋଜଗାର ଜାରି ରହିଛି। ୩ ଦିନରେ ଫିଲ୍ମର ଆୟ ୧୫୦ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ପ୍ରଶଂସକଙ୍କ ପାଇଁ ଖୁସି ଖବରଠାରୁ ବି କମ୍ ନୁହେଁ।

ବକ୍ସ ଅଫିସ୍ ସକନିଲ୍କଙ୍କର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ବିଜୟଙ୍କର ‘ଲିଓ’ ତୃତୀୟ ଦିନରେ ୪୦ କୋଟି ଟଙ୍କା ରୋଜଗାର କରିଛି। ତିନି ଦିନର ରୋଜଗାର ପରେ, ଭାରତରେ ‘ଲିଓ’ର ମୋଟ୍ ସଂଗ୍ରହ ୧୪୦.୦୫ କୋଟିରେ ପହଞ୍ଚିଛି। ତେବେ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର ୨୧୨.୭ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ରେକର୍ଡ ବ୍ରେକିଂ ରୋଜଗାର।

Advertisment

କେବଳ ଏତିକି ନୁହେଁ, ପ୍ରଥମ ଦିନରେ ବିଦେଶରେ ଏକ ଜବରଦସ୍ତ ଓପେନିଂ ପରେ ଏହା ଏକ ନମ୍ବରରେ ପହଞ୍ଚିଛି। ଏହାକୁ ଦେଖିଲେ କୁହାଯାଇପାରେ ଯେ ‘ଲିଓ’ ଶାହରୁଖ ଖାନଙ୍କ ‘ଜବାନ’ ସହ ଟକ୍କର ଦେବାକୁ ପ୍ରସ୍ତୁତ।

ପ୍ରଥମ ଦିନ କଥା କହିବାକୁ ଗଲେ ‘ଲିଓ’ ତାମିଲରେ ୪୮.୯୬ କୋଟି, ତେଲୁଗୁରେ ୧୨.୯ କୋଟି, ହିନ୍ଦୀରେ ୨.୮ କୋଟି ଏବଂ କନ୍ନଡରେ ୧୪ ଲକ୍ଷ ଟଙ୍କା ବ୍ୟବସାୟ କରି ମୋଟ୍ ୬୪.୮ କୋଟି ଟଙ୍କା ସଂଗ୍ରହ କରିଥିଲା। ସେହିପରି ଦ୍ୱିତୀୟ ଦିନରେ ଫିଲ୍ମ ୩୫.୨୫ କୋଟି ଟଙ୍କା ଆୟ କରିଥିବାବେଳେ ସେଥିମଧ୍ୟରୁ କେବଳ ତାମିଲରେ ୨୯.୦୪ କୋଟି, ତେଲୁଗୁ ଭାଷାରେ ୪.୫ କୋଟି, ହିନ୍ଦୀରେ ୧.୬ କୋଟି ଏବଂ କନ୍ନଡରେ ୧୧ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା।

Thalapathy Vijay South Indian Films
Advertisment
Advertisment