• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ସଶସ୍ତ୍ର ସୀମା ବଳ(SSB) ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶପାଇଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ବିଜ୍ଞପ୍ତି ପ୍ରକାଶର ୩୦ ଦିନ ମଧ୍ୟରେ ପ୍ରାର୍ଥୀ ଆବେଦନ କରି ପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbrectt.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୯ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ନଭେମ୍ବର ୨୦୨୩

ଖାଲି ପଦବୀ:

  • ସବ୍ ଇନ୍ସପେକ୍ଟର (ପାୟନିଅର୍) – ୨୦ଟି ପୋଷ୍ଟ
  • ସବ୍ ଇନ୍ସପେକ୍ଟର (ଡ୍ରାଫ୍ଟମ୍ୟାନ୍) – ୩ଟି ପୋଷ୍ଟ
  • ସବ୍ ଇନ୍ସପେକ୍ଟର (ସଂଚାର) – ୫୯ଟି ପୋଷ୍ଟ
  • ସବ୍ ଇନ୍ସପେକ୍ଟର (ଷ୍ଟାଫ୍ ନର୍ସ ମହିଳା) – ୨୯ଟି ପୋଷ୍ଟ
  • ମୋଟ ପଦବୀ – ୨୧୧ଟି ପୋଷ୍ଟ

ଯୋଗ୍ୟତା:

  • ପଦବୀ ଅନୁସାରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଅନୁଷ୍ଠାନରୁ 10+2, ଡିଗ୍ରୀ/ଡିପ୍ଲୋମା, ମାଟ୍ରିକୁଲେସନ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ କୋହଳ:

  • SC/ST/ ପୂର୍ବତନ ଚାକିରିଆ – ୦୫ ବର୍ଷ
  • OBC/ EXSM – ୦୩ ବର୍ଷ
  • PH – ୧୦ ବର୍ଷ

ଚୟନ ପ୍ରକ୍ରିୟା:

  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଲିଖିତ ପରୀକ୍ଷା
  • ଡାକ୍ତରୀ ପରୀକ୍ଷା

ଆବେଦନ ଶୁଳ୍କ:

  • R/EWS and OBC ବର୍ଗ -୨୦୦ ଟଙ୍କା
  • SC, ST, ପୂର୍ବତନ ଚାକିରିଆ ଏବଂ ମହିଳା ପ୍ରାର୍ଥୀ – ଦେୟ ମୁକ୍ତ
  • ପ୍ରାର୍ଥୀଙ୍କୁ ନେଟ୍ ବ୍ୟାଙ୍କିଙ୍ଗ୍ / କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ ମାଧ୍ୟମରେ ପରୀକ୍ଷା ଫିସ୍ ଦେବାକୁ ପଡିବ