Advertisment

‘ଲେକେ ପ୍ରଭୁ କା ନାମ୍’ ଗୀତରେ ସଲମାନ-କ୍ୟାଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରୀ

‘ଟାଇଗର ୩’ର ଟ୍ରେଲର ସମସ୍ତଙ୍କ ଉତ୍ସାହକୁ ବଢେଇ ଦେଇଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ୍’ ଆସନ୍ତାକାଲି ସକାଳ ୧୧ ଟାରେ ରିଲିଜ୍ ହେବାକୁ ଯାଉଛି ଏବଂ ଇଣ୍ଟରନେଟ୍‌ରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଦେଖିବାକୁ ଲୋକଙ୍କ ଉତ୍ସାହ ବଢିଯାଇଛି।

author-image
Pramod Behera
Salman Khan on tiger 3 leke prabhu song with Katrina Kaif

Salman Khan on tiger 3 leke prabhu song with Katrina Kaif

ଭାରତୀୟ ସିନେମା ଇତିହାସରେ ମେଗାଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ସବୁଠାରୁ ବଡ ଅନ୍‌-ସ୍କ୍ରିନ୍ ଯୋଡି। ଉଭୟ ଐତିହାସିକ ବ୍ଲକବଷ୍ଟର ଏବଂ ପିଢି ପରେ ପିଢି ଶୁଣିବା ଭଳି ଚାର୍ଟବଷ୍ଟର ଦେଇଛନ୍ତି। ବର୍ତ୍ତମାନ ସେମାନେ ଆଦିତ୍ୟ ଚୋପ୍ରାଙ୍କ ‘ଟାଇଗର ୩’ ରେ ପୁଣିଥରେ ନିଜ ପ୍ରସିଦ୍ଧ ଚରିତ୍ର, YRF ସ୍ପାଇ ୟୁନିଭର୍ସର ସୁପର ଏଜେଣ୍ଟ୍ ଟାଇଗର ଏବଂ ଜୋୟା ଭୂମିକାରେ ଫେରିଛନ୍ତି!

Advertisment

‘ଟାଇଗର ୩’ର ଟ୍ରେଲର ସମସ୍ତଙ୍କ ଉତ୍ସାହକୁ ବଢେଇ ଦେଇଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ୍’ ଆସନ୍ତାକାଲି ସକାଳ ୧୧ ଟାରେ ରିଲିଜ୍ ହେବାକୁ ଯାଉଛି ଏବଂ ଇଣ୍ଟରନେଟ୍‌ରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଦେଖିବାକୁ ଲୋକଙ୍କ ଉତ୍ସାହ ବଢିଯାଇଛି।

ସଲମାନ କୁହନ୍ତି, “କ୍ୟାଟ୍ରିନା ଏବଂ ମୁଁ ଏକାଠି କିଛି ଭଲ ଗୀତ ଦେଇଛୁ ଏବଂ ମୁଁ ଭାବୁଛି ଯେବେବି ଆମେ ଏକାଠି କୌଣସି ଗୀତ କରିବୁ ଲୋକଙ୍କ ଆଶା ଆକାଶ ଉଚ୍ଚ ହେବ! ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ପ୍ରଭୁଙ୍କ ନାମ ଲୋକମାନଙ୍କୁ ଖୁସି କରିବ। ଏହା ଏକ ଡ୍ୟାନ୍ସ ଟ୍ରାକ୍ ଯାହାକୁ ମୁଁ ବ୍ୟକ୍ତିଗତ ଭାବରେ ପସନ୍ଦ କରେ।”

Advertisment

ସଲମନ ଆହୁରି କୁହନ୍ତି ଯେ “ଏହା ବୋଧହୁଏ ମୋ କ୍ୟାରିୟରର ସବୁଠାରୁ ଭଲ ଡ୍ୟାନ୍ସ ଟ୍ରାକ୍ ମଧ୍ୟରୁ ଗୋଟିଏ! କ୍ୟାଟ୍ରିନା ଏବଂ ମୁଁ ଚାର୍ଟବଷ୍ଟର ପାଇବା ପାଇଁ ଖୁବ ଭାଗ୍ୟଶାଳୀ, ଯାହା ସମଗ୍ର ବିଶ୍ୱରେ ଲୋକଙ୍କୁ ମନୋରଞ୍ଜନ କରିଛି। ମୁଁ ଆଶା କରୁଛି ‘ଲେକେ ପ୍ରଭୁ କା ନାମ୍‌’ ମଧ୍ୟ ଏଭଳି ନାମ କରିବ ଆଉ ବିଶ୍ୱବ୍ୟାପୀ ହିଟ୍ ହେବ।”

ତେବେ ଶୁକ୍ରବାର ମୁକ୍ତିଲାଭ କରିଥିବା ଏବଂ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିବା ଗୀତର ଟିଜରରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ପ୍ରୀତମଙ୍କ ଦ୍ୱାରା ସଂଗୀତରେ ସଜ୍ଜାଯାଇଥିବା ଏହି ଲାଇଭ୍ ଡ୍ୟାନ୍ସ ଟ୍ରାକ୍‌କୁ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ଓ ଅରିଜିତ ସିଂହ ଏବଂ ନିଖିତା ଗାନ୍ଧୀ ଗାଇଛନ୍ତି।

ଏହି ଗୀତରେ ଉଭୟ ସୁପରଷ୍ଟାର ବହୁତ ସୁନ୍ଦର ଦେଖାଯାଉଛନ୍ତି, ଯାହା ନିଶ୍ଚିତ ଭାବରେ ପୂଜା ବଜାରକୁ ସରଗରମ କରିବ। ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ‘ଟାଇଗର ୩’ ଚଳିତ ବର୍ଷ ରବିବାର, ନଭେମ୍ବର ୧୨ରେ ଦିପାବଳୀରେ ମୁକ୍ତିଲାଭ କରିବାକୁ ଯାଉଛି!

Salman Khan Katrina Kaif Bollywood Tiger 3
Advertisment
Advertisment