• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।

ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ହେବ।

ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ବିଭିନ୍ନ ଦଳର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ ନିଜ ସପକ୍ଷରେ ବୁଝାଉଛନ୍ତି ।

ଅନ୍ୟପକ୍ଷେ, ଗତ ୭ ତାରିଖ ଦିନ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଥିଲା । ଶେଷ ଦିନରେ ସବୁଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର-କଟକ ହେଉ କି ବ୍ରହ୍ମପୁର, ଅନ୍ତିମ ତାରିଖରେ ସବୁଠି ନାମାଙ୍କନ ଦାଖଲ ପାଇଁ ମେୟରଠୁ କର୍ପୋରେଟର ପ୍ରାର୍ଥୀ ସମର୍ଥକଙ୍କୁ ଧରି ଶୋଭାଯାତ୍ରାରେ ଆସି ନୋମିନେସନ୍‌ କରିଥିଲେ ।