• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ତଥା ପରାମର୍ଶଦାତା ନିଯୁକ୍ତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ । ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ଅଧ୍ୟକ୍ଷ ହେଲେ କଳିକେଶ ସିଂହଦେଓ । ଅନ୍ୟପଟେ ଲେନିନ ମହାନ୍ତିଙ୍କୁ OTDCର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ହେଲେ ବିଜୟ ନାୟକ । ସେହିଭଳି ପୂର୍ବରୁ OTDC ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶ୍ରୀମୟୀ ମିଶ୍ରଙ୍କୁ OB & OCWW ଅଧ୍ୟକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।

ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ APICOLର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଡି. ବିଶ୍ୱନାଥଙ୍କୁ ଗ୍ରାମ୍ୟ ଗୃହ ନିର୍ମାଣ ଉନ୍ନୟନ ନିଗମ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହେଲେ ଅମରେଶ ପତ୍ରୀ । କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ପାଇଲେ ସୁବାସ ମହାପାତ୍ର । ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି ନିଗମ ଅଧ୍ୟକ୍ଷ ଦାୟିତ୍ୱ । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ସତ୍ୟବ୍ରତ ତ୍ରିପାଠୀ । ଚିନ୍ମୟ ସାହୁଙ୍କୁ ମିଳିଲା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଦାୟିତ୍ୱ ।

ସେହିଭଳି ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ ଉପଦେଷ୍ଠା ହେଲେ ସୁରେନ୍ଦ୍ର ପ୍ରଧାନ । କୁନା ବିହାରି ଦାସଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ । ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଉପାଧ୍ୟକ୍ଷ ହେଲେ ଡ. ସନ୍ତୋଷ ବେଜ୍ ।

ସେହିଭଳି ରାମ ଚାନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଇଲେକ୍ଟ୍ରୋନିକ ଏବଂ ଆଇଟି ବିଭାଗ ଦାୟିତ୍ୱ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା ଭାବେ ସୁଧିର ଦାଶ ଓ ନିବେଦିତା ନାୟକଙ୍କୁ ମିଳିଛି ଦାୟିତ୍ୱ ।

ଗୀତା ବସ୍ତିଆଙ୍କୁ ମିଶନ ଶକ୍ତିର ପରାମର୍ଶଦାତା ଦାୟିତ୍ୱ ଦିଆଯାଇଥିବା ବେଳେ ସରୋଜିନୀ ହେମ୍ବ୍ରମଙ୍କୁ ST&SC ଡେଭଳପ୍‌ମେଣ୍ଟ ବିଭାଗ, ସୁମିତ୍ରା ଜେନାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି ।

ସେପଟେ ଯୋଜନା ବୋର୍ଡ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ବରିଷ୍ଠ ରାଜନେତା । ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ସଦସ୍ୟ ହୋଇଛନ୍ତି । ଚ୍ୟାଉପଟ୍ଟନାୟକ ଓ ପାଟ୍ଟଶାଣୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ଅନ୍ୟତମ ସଦସ୍ୟ ହେଲେ ସାଧୁ ନେପାକ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ।

ପ୍ରଦୀପ ମାଝୀ ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଉପଦେଷ୍ଠା । କସ୍ତୁରୀ ମହାପାତ୍ର ହେଲେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ । ଗଞ୍ଜାମ ରିଜିଓନାଲ ଇମ୍‌ପ୍ରୁଭମେଣ୍ଟ ଟ୍ରଷ୍ଟ ଅଧ୍ୟକ୍ଷ ହେଲେ ପବିତ୍ର ପାଣିଗ୍ରାହୀ । TAMDA ଅଧ୍ୟକ୍ଷ ଦାୟିତ୍ୱ ପାଇଲେ ଅବନୀକାନ୍ତ ସାହୁ ।

ତେବେ ଅଚାନକ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜନୀତି ମହଲ ବେଶ୍ ଚଳଚଞ୍ଚଳ । ଅନେକ ରାଜନୀତି ବିଶେଷଜ୍ଞ କହିଛନ୍ତି ଏହି ପ୍ରକ୍ରିୟା ବିଜେଡିର ଚିରାଚରିତ ଥାଇଥାନ ବ୍ୟବସ୍ଥା ଭଳି । ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ଏଭଳି ପଦକ୍ଷେପ ନେଇଥାଏ ବିଜେଡି । ପୂର୍ବରୁ ମଧ୍ୟ ଏହାର ନାଜିର ରହିଛି । ତେଣୁ ଏହାକ କୌଣସି ନୂଆ କଥା ନୁହେଁ । ଆଗକୁ ନିର୍ବାଚନ ଅଛି । ତେଣୁ ଏହା ଦଳ ପାଇଁ ଜରୁରୀ ଥିଲା ।