/odishatv-khabar/media/post_attachments/uploadimage/library/16_9/16_9_0/IND_vs_SA_1665318842.jpg)
IND vs SA
ରାଞ୍ଚିଠାରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା । ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି । ସିରିଜ୍ର ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ୧-୦ ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚ୍ଟି ଦୁଇଟି ଟିମ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଟସ୍ ଜିତି କ୍ୟାପ୍ଟେନ୍ କେଶବ ମହାରାଜ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସୀମିତ ୫୦ ଓଭର ଖେଳ ମଧ୍ୟରେ ଅତିଥି ଦଳ ଦକ୍ଷିଣ ଆଫ୍ରିକା ୨୭୮ ରନ୍ କରିଛି । ଭାରତକୁ ସିରିଜ୍ ବରାବର୍ କରିବାକୁ ହେଲେ ୨୭୯ ରନ୍ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।
ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରମ୍ ସର୍ବାଧିକ ୭୯ ରନ୍ କରିଥିବା ବେଳେ ରିଜା ହେଣ୍ତ୍ରିକ୍ସ ୭୪ ରନ୍ ଓ ଡେଭିଡ୍ ମିଲର୍ ୩୫ ରନ୍ କରିଛନ୍ତି । ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ସିରାଜ ନିଜର ଚମତ୍କା ବୋଲିଂ ପ୍ରଦର୍ଶନ କରି ୩୮ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି । ସେହିପରି ସାହାବାଜ୍ ଯାଦବ, କୁଲଦୀପ୍ ଯାଦବ, ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ୱାନ୍ଡେ ମ୍ୟାଚ୍ରୁ ବାଦ ପଡ଼ିଲେ ଭାରତୀୟ ଦ୍ରୁତ ବୋଲର୍ ଦୀପକ ଚାହର୍ । ଆହତ ସମସ୍ୟା କାରଣରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଅଲରାଉଣ୍ତର ୱାଶିଂଟନ୍ ସୁନ୍ଦରଙ୍କୁ ଟିମ୍ରେ ସାମିଲ କରାଯାଇଛି । ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ରାଞ୍ଚିରେ ଖେଳାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ପରେ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ପ୍ଲେଇଙ୍ଗ୍ ଇଲେଭେନ୍ରେ ସାମିଲ ହୋଇନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)