• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏକ ପିଡ଼ାଦାୟକ ଦୃଶ୍ୟ । ଜଣେ ମହିଳା ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ପାଇଁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି । ଆଉ କହୁଛନ୍ତି.. ମୋ କଥା ଟିକିଏ ଶୁଣନ୍ତୁ ଆଜ୍ଞା । ମୋର କେହି ନାହିଁ, ମୋ ଝିଅକୁ ସୁରକ୍ଷା ଦିଅନ୍ତୁ । ଖାଲି ଏତିକି ନୁହେଁ ବରଂ ମୋ ଝିଅ ଏକାକି ରହୁଛି । ବାରମ୍ବାର ତାକୁ ଧମକ ଦେଲେ ସେ କେମିତି ରହୁଥିବ ଥରେ ଚିନ୍ତା କରନ୍ତୁ । କୋହ ଭରା କଣ୍ଠରେ ଏମିତି କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରି କରୁଛନ୍ତି ମହିଳା ।  ବାସ୍‌.. ଏତିକି କଥା ଶୁଣିବା ପରେ ଜିଲ୍ଲାପାଳ କହିଛନ୍ତି, ‘ମାଉସୀ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’

ତେବେ ଏବେ ସୁଦ୍ଧା ଆପଣ ଏହି କାହାଣୀକୁ ନେଇ ଦ୍ୱନ୍ଦ୍ୱରେ ଥିବେ । ଏଭଳି ବାର୍ତ୍ତାଳପରୁ ଆପଣ କିଛି ବୁଝିପାରୁନଥିବେ । ଆଉ ମନେ ମନେ ଭାବୁଥିବେ.. ପ୍ରକୃତରେ ଘଟଣା କଣ ?

ତେବେ ଏହି ଘଟଣାଟି ଯେତିକି ହୃଦୟ ବିଦାରକ ସେତିକି ଚିନ୍ତଜନକ । ମହିଳା ଜଣକ କାନ୍ଦି କାନ୍ଦି ନିଜ ଝିଅର ସୁରକ୍ଷା ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ନେହୁରା ହେଉଛନ୍ତି । ତାଙ୍କ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗାନ ଅଭିଯୋଗ ଆଣିଛନ୍ତି ଏହି ମହିଳା ।

ବଲାଙ୍ଗିର ଯୋଗାଣ  ବିଭାଗର ଅଧିକାରୀ ମୀର ରାଜା ଅଲ୍ଲି ଜଣେ ଆଦିବାସୀ ମହିଳା ଅଧିକାରୀଙ୍କୁ ଦୁର୍ବବ୍ୟବାହର କରିବା ସହିତ ନିର୍ଯାତନା ଦେଇଥିବାର ଅଭିଯୋଗ ଆସିଛି । ଏମିତି ସଙ୍ଗୀନ ଅଭିଯୋଗ ଆସିବା ପରେ ବି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଝିଅର ମାଆ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସେ ଏବେ ଚିନ୍ତାରେ ।

ଅଭିଯୋଗ ଅନୁସାରେ, ଅଗଷ୍ଟ ୫ ତାରିଖରେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବିରୋଧରେ ଆସିଥିଲା ନିର୍ଯାତନାର ଅଭିଯୋଗ । ଏନେଇ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ସଂପୃକ୍ତ ମହିଳା ଜଣଙ୍କ ଲିଖିତ ଆକାରରେ ଅଭିଯୋଗ ବି କଲେ । କିନ୍ତୁ ଜିଲ୍ଲାପାଳ କୁଆଡେ ଶୁଣିନଥିଲେ । ତେଣୁ ଅଗଷ୍ଚରେ ଏନେଇ ଟାଉନ ଥାନାରେ ମାମଲା ରୁଜୁ ହେଲା । ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଲା ପୋଲିସ । ହେଲେ ବାବୁ ଗିରଫ ତ ହେଲେନି ବରଂ ପ୍ରଶାସନର ସହାୟତାରେ ହାଇକୋର୍ଟରୁ ବେଲ ପାଇଲେ । ଖାଲି ବେଲ୍‌ ପାଇଲେ ତାହା ନୁହେଁ ବରଂ ପୁଣି ନିଜ କାର୍ଯ୍ୟରେ ଯୋଗଦେଇ ହୁକୁମାତି ଆରମ୍ଭ କରିଦେଲେ ।

୧୫ ଦିନ ପୂର୍ବରୁ ତଦନ୍ତ କରୁଥିବା ଲୋକାଲ କଂପ୍ଳେନ କମିଟିର ରିପୋର୍ଟକୁ ସରକାରଙ୍କୁ ପ୍ରଶାସନ ଦେଇ ସାରିଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନାହାନ୍ତି ସରକାର । ଅଭିଯୋଗକାରିଣୀଙ୍କ ମାଆଙ୍କ ସହ ଆଲୋଚନା ସମୟରେ ଜିଲ୍ଲାପାଳ କହିଥିଲେ, ମୁଁ ସିସିଏସଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିବି ନାହିଁ ସରକାର ନେବେ । ତାଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି । ରିପୋର୍ଟରେ ସିସିଏସଓ ର୍ଦୁବ୍ୟବହାର କରିଥିବାର ଉଲ୍ଲେଖ ରହିଛି ବୋଲି ଖୋଦ ଜିଲ୍ଲାପାଳ କହିଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ବଡ଼ ବାବୁଙ୍କ ନାଁରେ ଏମିତି ସଙ୍ଗୀନ ମାମଲା ଆଣିଛନ୍ତି ସେହି ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ । ତେବେ ଏହା ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ? ଏଥିପାଇଁ କିଏ ଦାୟୀ ?

(ରିପୋର୍ଟ- ମନରଂଜନ ଯୋଶୀ, ବଲାଙ୍ଗିର)