• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନରେ ଇଚ୍ଛା ଶକ୍ତି ଥିଲେ କିଛି କରିପାରିବ ମଣିଷ । ପାହାଡ ଚଢିବା ହେଉ କି ନଈ ପହଁରା । ଏସବୁ କାମ ପାଇଁ ଦରକାର ଅଦ୍ୟମ ଇଚ୍ଛା ଓ ସାହସ । ଆମ ମନରେ ସାଧାରଣରେ ପ୍ରଶ୍ନ ଆସେ କି ଓଏଏସ୍‌ ପାଇବାକୁ ହେଲେ କଠିନ ପରିଶ୍ରମ ଦରକାର । ହେଲେ ନାଁ.. ସେ ଯିଏ ହେଉ ନା କାହିଁକି.. ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ କିଛି ଭିନ୍ନ କରିବା ପାଇଁ ତେବେ ତାହା ସେ ନିଶ୍ଚୟ କରିପାରିବ ।

ଆମେ ଆଜି ଆପଣଙ୍କୁ ଦୁଇ ଜଣଙ୍କ ଉଦାହରଣ ଦେବୁ । ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସେହି ଦୁଇ ଜଣ ଦୃଷ୍ଟିବାଧକ । ହେଲେ ଓଏଏସ୍‌ ପରୀକ୍ଷାରେ ସାଉଣ୍ଟିଛନ୍ତି ସଫଳତା । ଖାଲି ସଫଳତା ସାଉଁଟିଛନ୍ତି ତାହା ନୁହେଁ ବରଂ ସମାଜ ପାଇଁ ସାଜିଛନ୍ତି ଉଦାହରଣ ।

୨୬୨ ରାଙ୍କ ରଖି ସଫଳତା ପାଇଥିବା ବାଣପୁରର ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ପରୀକ୍ଷାରେ ସଫଳତା ପରେ ଏବେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିବା ପ୍ରଶନ୍ନ ବିଜେବି କଲେଜରୁ ବିଏ ପାସ୍ କରିବା ପରେ ଦିଲ୍ଲୀ ଜେଏନୟୁରୁ ରାଜନୀତି ବିଜ୍ଞାନରେ ଏମଏ କରି ଏବେ ପିଏଚ୍‌ଡି କରୁଛନ୍ତି । କେବଳ ଏତିକି ନୁହେଁ ବରଂ ମାସେ ତଳେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିବା ବେଳେ ପ୍ରଶାସନିକ ପରୀକ୍ଷାରେ ସଫଳତା ପାଇଛନ୍ତି ପ୍ରସନ୍ନ । ଆଉ ପ୍ରସନ୍ନଙ୍କ ସଫଳତା ପରେ ଏବେ ପରିବାରରେ ଖେଳି ଯାଇଛି ଖୁସିର ଲହରୀ ।

ସେହିଭଳି ଆଉ ଜଣେ ହେଉଛନ୍ତି ପଦ୍ମପୁରର ପ୍ରାଚୁର୍ଯ୍ୟ ପ୍ରଧାନ । ନିଜ ମନୋବଳ ଓ ଇଚ୍ଛାଶକ୍ତି ଲଗାଇବା ପରେ ବି ସାଧାରଣ ଲୋକଙ୍କ ପାଇଁ ଯାହା କଷ୍ଟଦାୟକ ହୋଇଥାଏ ତାହାକୁ ଅତି ସହଜରେ କରି ଦେଖାଇଛନ୍ତି ପ୍ରାଚୁର୍ଯ୍ୟ । ତେବେ ତାଙ୍କର ସଫଳତାକୁ ନେଇ ଏବେ ଭାରି ଖୁସି ଅଛନ୍ତି ପରିବାର ଲୋକ ।