• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ଲେଡ୍‌ । ଏହା ଏମିତି ଏକ ଜିନିଷ ଯାହାକୁ ଆମେ ଦୈନନ୍ଦିନ ଜୀବନରେ ନିହାତି ଭାବେ ବ୍ୟବହାର କରିଥାଉ । ଆଉ ଦୁବୃର୍ତ୍ତମାନେ ଏହାକୁ ମାରଣାସ୍ତ୍ର ଭାବେ ମଧ୍ୟ ବ୍ୟବହାର କରିଥାନ୍ତି । ମାତ୍ର ଏକ ଟଙ୍କା ଦୁଇ ଟଙ୍କାରେ ମିଳୁଥିବା ବ୍ଲେଡ୍‌ କେତେ ଯେ ଭୟଙ୍କର ହୋଇପାରେ ତାହା କହିବା ମୁସ୍କିଲ । 

ତେବେ ଆଜି ଆମେ ବ୍ଲେଡ୍‌ ବିଷୟରେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆମେ ସମସ୍ତେ ବ୍ଲେଡ୍‌ ବ୍ୟବହାର କରିଛନ୍ତି । କିନ୍ତୁ କେବେ ଚେଷ୍ଟା କରିଛନ୍ତି କି ବ୍ଲେଡ୍‌ ମଝିରେ କାହିଁକି ସେଭଳି ଡିଜାଇନ୍ କରି କଟାଯାଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା, ଆପଣ ଯେକୌଣସି କମ୍ପାନୀର ବ୍ଲେଡ୍‌ କିଣିବେ ସେହି ସମାନ ଡିଜାଇନ୍‌ରେ ହିଁ ତାହା କଟାଯାଇଥିବ ।

ବ୍ଲେଡ (Blade)ର ଉଦ୍ଭାବନ ପଛରେ ଏକ ମଜାଦାର କାହାଣୀ ରହିଛି । ବାସ୍ତବରେ ବ୍ଲେଡ୍ ପ୍ରଥମେ ୧୯୦୧ ମସିହାରେ ୱିଲିୟମ୍ ନିକରସନଙ୍କ ସାହାଯ୍ୟରେ ଜିଲେଟ୍ କମ୍ପାନୀ (Gillette)ର ମୁଖ୍ୟ ପ୍ରତିଷ୍ଠାତା କିଙ୍ଗ କ୍ୟାମ୍ପ ଜିଲେଟ୍ ଦ୍ୱାରା ନିର୍ମିତ ହୋଇଥିଲା । ସେହି ବର୍ଷ ସେ ତାଙ୍କର ନୂତନ ବ୍ଲେଡର ଡିଜାଇନକୁ ପେଟେଣ୍ଟ୍ କରିଥିଲେ ଓ ୧୯୦୪ ମସିହାରେ ଏକ ବ୍ଲେଡକୁ ଏକ ଶିଳ୍ପ ଆକାରରେ ଉତ୍ପାଦନ କରିବା ଆରମ୍ଭ କଲେ । 

୧୯୦୪ରେ ସେ ୧୬୫ଟି ବ୍ଲେଡ୍ (Blade) ତିଆରି କରିଥିଲେ । ସେହି ସମୟରେ ବ୍ଲେଡଗୁଡିକ କେବଳ ସେଭିଂ କରିବା ପାଇଁ ବ୍ୟବହୃତ ହେଉଥିଲା ଓ ସେହି ସମୟରେ ବ୍ଲେଡ୍ ମଧ୍ୟରେ ସ୍ଥାନ ରଖାଯାଇଥିଲା ଯାହା ଦ୍ୱାରା ବ୍ଲେଡ୍ ସେଭିଙ୍ଗ୍ ରେଜର ସହିତ ଫିଟ୍ ହୋଇପାରିବ । ସେତେବେଳେ ଅନ୍ୟ କୌଣସି କମ୍ପାନୀ ନଥିଲେ ଯିଏ କି ବ୍ଲେଡ୍‌ ପ୍ରସ୍ତୁତ କରୁଥିଲେ । ତେଣୁ ବ୍ଲେଡ୍‌ ମଝିରେ ଥିବା ସେହି ଫାଙ୍କା ସ୍ଥାନ ବା ଡିଜାଇନ୍‌ ଜିଲେଟ୍‌ ହିଁ ନିଜ ସୁବିଧା ପାଇଁ ପ୍ରସ୍ତୁତ କରିଥିଲା ।

ତେବେ ପର ମୁହୁର୍ତ୍ତରେ ବିଭିନ୍ନ କମ୍ପାନୀ ବ୍ଲେଡ୍‌ ପ୍ରସ୍ତୁତ କରିବାକୁ ଆଗେଇ ଆସିଲେ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସେତେବେଳେ ସେଭିଂ ରେଜର କେବଳ ଜିଲେଟ ହିଁ ପ୍ରସ୍ତୁତ କରିଥିଲା । ଏଥିପାଇଁ ଯେତେସବୁ ବ୍ଲେଡ୍‌ କମ୍ପାନୀ ଆସିଲେ ଜିଲେଟ୍‌ ଡିଜାଇନ୍‌ରେ ହିଁ ବ୍ଲେଡ୍‌ ପ୍ରସ୍ତୁତ କରିବାକୁ ବାଧ୍ୟ ହେଲେ ।