• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଙ୍ଗା ଗୋଡ଼ରେ ନା ଛିଡ଼ା ହୋଇପାରୁଛନ୍ତି.. ନା ବିନା ସହାୟତାରେ ନିଜେ ନିଜର କାମ କରିପାରୁଛନ୍ତି.. । ଭେଣ୍ଡିଆ ପୁଅକୁ ଏମିତି ପଙ୍ଗୁ ଅବସ୍ଥାରେ ଦେଖି ନିଃସହାୟ ବୋଲି ଲୁହ ବି ଝରାଇ ପାରୁନି ବୁଢୀ ମାଆ.. । ସ୍ତ୍ରୀ ସିନା ଛାଡି ପଳାଇଲା ହେଲେ ସେ ପରା ମାଆ.. ପୁଅକୁ ଏଭଳି ଅବସ୍ଥାରେ ଏକା କରିଦେବ କେମିତି.. ପାଖେ ପାଖେ ଜଗି ବସିଛି ମାଆର ମମତା ।

କହନ୍ତି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବକୁ ସାଙ୍ଗରେ ନେଇ ଆସେ.. । ଦଶପଲ୍ଲା ବ୍ଲକ ରଇତଓଡ଼ଶର ଗାଁର ଅଜୟ ଦଳବେହେରାଙ୍କ ଜୀବନଟା ବି ଠିକ୍ ସେମିତି.. । ମାତ୍ର ୩୫ ବର୍ଷ ବୟସରେ ବିଧାତା ତାଙ୍କୁ ପଙ୍ଗୁ କରିଦେଇଛନ୍ତି.. । ଦିନେ ମଜୁରି ଖଟି ସୁଖେ ଦୁଖେ ପରିବାର ଚଳାଉଥିଲେ ଅଜୟ.. ହଠାତ୍ ଗୋଡ ଫୁଲିବା ଆରମ୍ଭ କଲା.. । ଚିକିତ୍ସା ପରେ ଅଜୟ ସୁସ୍ଥ ହୋଇଯାଇଥିଲେ.. ।

ହେଲେ କିଛିଦିନ ପରେ ଗୋଡ଼ରେ ପୁଣି ଦୁଇଟି ଘା ହୋଇ ଯନ୍ତ୍ରଣା ଦେଲା.. । ଦିନେ ନଳକୂଅରେ ଗୋଧୋଉଥିବା ବେଳେ ଗୋଡ଼ ଖସି ଗୋଡ ଭାଙ୍ଗିଯିବା ସହ ଅଚଳ ହୋଇଗଲା.. । ଏମିତି ଅବସ୍ଥାରେ ୧୫ ବର୍ଷର ସମ୍ପର୍କ ଭୁଲି ଦୁଃଖ ଦରିଆରେ ଏକା ଛାଡ଼ିଦେଇ ସ୍ତ୍ରୀ ବି ନିଜ ରାସ୍ତା ବାଛିଲା.. । ପିଲା ଦୁଇଟାଙ୍କ ମୁହଁ ବି ଚାହିଁଲାନି.. । ଏବେ ଭଙ୍ଗା କୁଡିଆ, ବୁଢୀ ମାଆ ଆଉ ପିଲା ଦିଇଟା ଏବେ ଅଜୟଙ୍କ ଆଶାବାଡି ।

ଭେଣ୍ଡିଆ ପୁଅ ପଙ୍ଗୁ ହୋଇଯିବା ପରେ ରୋଜଗାର ବି ବନ୍ଦ ହୋଇଗଲା.. । ଜରି ପାଲଟଣା ଘର କହିଦେଉଛି ଅଜୟଙ୍କ ସ୍ଥିତି.. । ଘରେ କେଇଖଣ୍ଡ ବାସନକୁସନ ବଖାଣୁଛି ତାଙ୍କ ଦାରିଦ୍ର୍ୟର କାହାଣୀ. । .ବୁଢୀ ବୟସରେ ମୂଲ ଲାଗି ପୁଅର ଔଷଧ ଖର୍ଚ୍ଚ ଉଠାଉଛି ମାଆ.. । ଅର୍ଥ ଅଭାବରୁ ନବମ ଶ୍ରେଣୀ ପରେ ଆଉ ପାଠ ପଢିପାରିଲାନି ପୁଅ.. । ବର୍ତ୍ତମାନ ଓଳିଏ ଖାଇଲେ ଆର ଓଳି ଉପାସରେ ଦିନ କାଟୁଛନ୍ତି ଚାରିପ୍ରାଣୀ କୁଟୁମ୍ବ.. । କେବଳ ଭିନ୍ନକ୍ଷମ ଭତ୍ତା ବ୍ୟତୀତ ସରକାରୀ ସହାୟତା ଏମାନଙ୍କ ପାଇଁ ସାତସପନ.. ।

ଅଜୟଙ୍କ ଜୀବନରେ ଅଜସ୍ର ଦୁଃଖ.. ହେଲେ ଉପଯୁକ୍ତ ଚିକିତ୍ସା ଆଉ ଆବାସ ଘର ଖଣ୍ଡିଏ ମିଳିଲେ ତାଙ୍କ ଦୁଃଖ ଲାଘବ ହୋଇପାରିବ.. । ଦେଖାଯାଉ ପ୍ରଶାସନ କେବେ ସହାୟତାର ହାତ ବଢାଉଛି.. ।

(ରିପୋର୍ଟ- ସଞ୍ଜୀବ ସାହୁ, ଦଶପଲ୍ଲା)