• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅକସ୍ମାତ୍‌, ଅତର୍କିତ, ଅବିଶ୍ୱସନୀୟ । ପିଲାଙ୍କୁ ଚାକିରି ଦେବାପାଇଁ ସାକ୍ଷାତକାର ନେଉଥିବା ସମୟରେ ବ୍ଲକ୍‌ ହୋଇଗଲା କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ସମସ୍ତ ଆକ୍ସେସ୍‌ । ଅନ୍ୟଙ୍କୁ ରୋଜଗାର ଦେବେ କ’ଣ ରିକ୍ରୁଟରଙ୍କର ହିଁ ଚାକିରି ଚାଲିଗଲା । ସାରା ବିଶ୍ୱରେ ଚାକିରି ସଙ୍କଟ ଦେଖାଦେଇଥିବା ବେଳେ ଖର୍ଚ୍ଚକାଟ କରିବା ପାଇଁ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଉଛନ୍ତି ବିଭିନ୍ନ କମ୍ପାନୀ । ଏହି ଧାରାରେ ସାମିଲ ହୋଇଛି ଗୁଗଲ୍‌ । କିଛି ଦିନ ପୂର୍ବରୁ ୧୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଆଉ ଏବେ ସେଥି ମଧ୍ୟରୁ କିଛି କର୍ମଚାରୀ ନିଜ ନିଜର ଦୁଃଖଦ ଅନୁଭୂତି ଲୋକଙ୍କ ସହ ବାଣ୍ଟିଛନ୍ତି ।

Dan Lanigan-Ryan ଗୁଗଲରେ ଜଣେ ରିକ୍ରୁଟର ଭାବରେ କାମ କରୁଥିଲେ । ଘଟଣା ଦିନ ଜଣେ ପ୍ରାର୍ଥୀଙ୍କ ସହ ଚାକିରି ସଂପର୍କିୟ କଥାବାର୍ତ୍ତା ହେଉଥିଲେ । ଅର୍ଥାତ୍‌ ଇଣ୍ଟରଭିୟୁ ନେଉଥିଲେ ରିକ୍ୟୁଟର । କେତେ ଦରମା ଚାହୁଁଛନ୍ତି, କ’ଣ କ’ଣ କମ୍ପାନୀର ସୁଖ ସୁବିଧା ରହିଛି, ସେ ସଂପର୍କରେ ପିଲାଙ୍କୁ ବଖାଣୁଥିଲେ । ହେଲେ ହଠାତ ତାଙ୍କର ସମସ୍ତ କଲ୍ ବିଚ୍ଛିନ୍ନ ହୋଇ ଯାଇଥିଲା । ତା’ପରେ ସେ କମ୍ପାନୀର ଅନ୍ୟ ଏକ ୱେବସାଇଟରେ ଲଗ୍ ଇନ୍ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ବି ସେ ବିଫଳ ହୋଇଥିଲେ ।

ଅଧିକ ପଢ଼ନ୍ତୁ: ୮ ମାସର ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବିଦା କଲା ଗୁଗୁଲ

କେବଳ Dan Lanigan-Ryan ନୁହେଁ ତାଙ୍କ ଟିମ୍‌ର ଅନେକ କର୍ମଚାରୀ ଏପରି ସମସ୍ୟା ଭୋଗିଥିଲେ । ଅଚାନକ୍‌ ସିଷ୍ଟମରୁ ସବୁ କିଛି ଲଗ୍ ଆଉଟ୍ ହୋଇଥିବାର ଅଭିଯୋଗ ହୋଇଥିଲା । ତେବେ ମ୍ୟାନେଜର୍‌ଙ୍କୁ ଏସମ୍ପର୍କରେ ଅବଗତ କରାଇବା ପରେ ଯାନ୍ତ୍ରିକ ସମସ୍ୟା କହି କଥାକୁ ବାଆଁରେଇ ଦେଇଥିଲେ । ହେଲେ ଯେତେବେଳେ ସମସ୍ତଙ୍କୁ ଏଇ-ଇମେଲ ମାଧ୍ୟମରେ ଚାକିରିରୁ ବାହାର କରାଯାଇଥିବା ବିଷୟରେ ଅବଗତ କରାଗଲା, ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ପ୍ରଥମେ କମ୍ପାନୀ ପକ୍ଷରୁ ବାହାର କରାଯାଇଥିବା କର୍ମଚାରୀଙ୍କ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଥିଲା । ଆଉ ତା’ପରେ ଗୁଗଲ ପକ୍ଷରୁ ୧୨,୦୦୦ ଛଟେଇ ଘୋଷଣା କରାଯାଇଥିଲା ।

ରିଆନ୍ ଚାକିରି ହରାଇବା ସମୟରେ ଲିଙ୍କଡଇନରେ ଏସମ୍ପର୍କରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଗୁଗୁଲ ତାଙ୍କର ସ୍ୱପ୍ନର କମ୍ପାନୀ ବୋଲି ସେ ପ୍ରକାଶ କରିଛନ୍ତି । ଏକ ବର୍ଷ ପୂର୍ବେ ସେ ଗୁଗୁଲରୁ ଚାକିରି ଅଫର ପାଇବା ପରେ ଖୁସିରେ ଗଦଗଦ୍‌ ହୋଇଯାଇଥିଲେ । ହେଲେ ସେ ଜାଣି ନଥିଲେ ସେହି ଖୁସି ତାଙ୍କର ବେଶୀ ଦିନ ରହିବ ନାହିଁ । ଆଉ କିଛି ମାସ ପରେ ତାଙ୍କର ଦରମା ବଢ଼ିବ ବୋଲି ମ୍ୟାନେଜର ପ୍ରତିଶ୍ରୁତି ଦେଇଥିଲେ । ହେଲେ ସବୁ ପ୍ରତିଶ୍ରୁତି ଯେପରି ପାଣିର ଗାର ହୋଇଗଲା । ଏବେ ଟଙ୍କା ବଢ଼ିବ କ’ଣ, ତାଙ୍କ ପାଖରେ ଚାକିରି ହିଁ ନାହିଁ । କମ୍ପାନୀ ପକ୍ଷରୁ ଏପରି ପଦକ୍ଷେପକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।