• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଶ୍ୱର ଦେଇ ନାହାନ୍ତି ଦୃଷ୍ଟିଶକ୍ତି । ହେଲେ ଏମିତି ସ୍ୱର ଦେଇଛନ୍ତି ଯାହା ସମସ୍ତଙ୍କୁ କରୁଛି ମନ୍ତ୍ରମୁଗ୍ଧ । ଗୀତ ଗାଇଲେ ତାଙ୍କ କଣ୍ଠରୁ ଝରେ ସ୍ୱରର ରାଗିଣୀ । ଦିବ୍ୟାଙ୍ଗ ଝିଅ ମନଭାଙ୍ଗିଙ୍କ ପ୍ରତିଭା ଦେଖି ସମସ୍ତେ ବିସ୍ମିତ ହୋଇଯାଇଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ଗରିଆପାଲି ଗାଁର ୧୮ ବର୍ଷିୟ ଝିଅ ମନଭାଙ୍ଗି । ଏବେ ତାଙ୍କର ଗାୟନ ଶୈଳୀକୁ ନେଇ ଚାରିଆଡେ ଚର୍ଚ୍ଚା । ସବୁଠାରୁ ବଡକଥା ହେଲା ସୁନ୍ଦରକାଣ୍ଡ, ଆଯୋଧ୍ୟାକାଣ୍ଡ, ଲକ୍ଷ୍ମୀପୁରାଣ, ହରିବଂଶ ଆଦି ବହି ନଦେଖି ବି ସେ ପଢି ପାରୁଛନ୍ତି । ହାତରେ ଅର୍ଥ ନଥିବାରୁ ମାଟ୍ରିକ ପାସ କରିବା ପରେ ତାଙ୍କ ପାଠପଢା ଅଧାରୁ ବନ୍ଦ ହୋଇଯାଇଛି । ମନଭାଙ୍ଗି ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ବି ତାଙ୍କ ପାଖରେ ସମସ୍ତ ପ୍ରକାର ସରକାରୀ ଯୋଜନା ଅପହଞ୍ଚ ।

ମନଭାଙ୍ଗିଙ୍କର ଥିଲା ପ୍ରବଳ ରୁଚି । ସେ କେବଳ ସୁନ୍ଦରାକାଣ୍ଡ, ଆଯୋଧ୍ୟାକାଣ୍ଡ,ଲକ୍ଷ୍ମୀପୁରାଣଗାଇ ପାରୁଛନ୍ତି ତା’ ନୁହେଁ ବରଂ ପାରାୟଣ ମଧ୍ୟ ବହି ନ ଦେଖି ଅନର୍ଗଳ ଭାବରେ ପ୍ରବଚନ ଦେଇ ପାରୁଛନ୍ତି ।

ବର୍ତ୍ତମାନ ଗୁରୁ ଶାଶ୍ୱତ ତ୍ରିପାଠୀଙ୍କ ପାଖରୁ ତାଲିମ ନେଉଛନ୍ତି ମନଭାଙ୍ଗି । କେତେ ବେଳେ ପଡୋଶୀଙ୍କୁ ଆଉ କେତେ ବେଳେ ସାଙ୍ଗ ସାଥିଙ୍କୁ ଗୀତ ଶୁଣାଇ ମନ ମୋହି ନିଅନ୍ତି ସେ । ତେବେ ସରକାରୀ ସହାୟତା ମିଳିଲେ ମନଭାଙ୍ଗି ସଙ୍ଗୀତ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତେ ବୋଲି ଆଶା ରଖିଛନ୍ତି ତାଙ୍କ ବାପା ଏବଂ ଗ୍ରାମବାସୀ । ଏବେ ଏହି ଦିବ୍ୟାଙ୍ଗ ପ୍ରତିଭାକୁ ଦରକାର କେବଳ ପ୍ରୋତ୍ସାହନ ।