• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ମାଟି ତଳୁ ମିଳିଲା ୩୮ ଲକ୍ଷ ଟଙ୍କା । ଛତିଶଗଡ଼ ଗରିଆବନ୍ଦ ଗୋବରା ଓ ପେଣ୍ଡ୍ରା ଜଙ୍ଗଲରୁ ମିଳିଛି ବିଡ଼ା ବିଡ଼ା ନୋଟ୍ । ଏସବୁ ନୋଟ୍ ମାଓବାଦୀଙ୍କର । ମିଳିଥିବା ୩୮ ଲକ୍ଷ ଟଙ୍କା ମଧ୍ୟରୁ ୧୨ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ମିଳିଛି । ଯାହାକୁ ମାଓବାଦୀମାନେ ନୋଟବନ୍ଦୀ ବେଳେ ବଦଳାଇ ପାରିନାହାନ୍ତି । ୧୦ ଫୁଟ ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ । ମିଳିଥିବା ୩୮ ଲକ୍ଷ ମଧ୍ୟରେ ରହିଛି ୬ ବଣ୍ଡଲ ୨ ହଜାର ଟଙ୍କିଆ ନୋଟ୍ ଏବଂ ୫୨ ବଣ୍ଡଲ ୫ ଶହ ଟଙ୍କିଆ ନୋଟ୍  ।

୩୮ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ ହୋଇଛି । ଟିଫିନ ବୋମା,ବିଜିଏଲ ଓ ବିସ୍ଫୋରକ ଜବତ ହୋଇଛି । ୨୩ଟି ବିଜିଏଲ, ୨ଟି ଟିଫିନ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ଦୁଇ କିଲୋ ଖୋଲା ବାରୁଦ, ସେଂସର ରିମୋଟ, ବିଦ୍ୟୁତ ତାର, ମାଓ ପୋଷାକ, କଳା ପୋଷାକ ସହ ବୋମା ତିଆରି ଜିନିଷ ଜବତ ହୋଇଛି ।

ମାଲକାନଗିରି ସୀମାନ୍ତ ଛତିଶଗଡର ଧନତରୀ ଓ ଗରିଆବନ୍ଦ ପୁଲିସକୁ ମିଳିଛି ବଡ ସଫଳତା । ପୋଲିସ ଓ ସିଆରପିଏଫର ମିଳିତ ଚଢାଉରେ ଏହି ସଫଳତା ମିଳିଛି । ମାଓବାଦୀ ପ୍ରବଣ ଅଂଚଳରେ ସର୍ଚ୍ଚ ଅପରେଜନ ବେଳେ ପୋଲିସ ଏସବୁ ଜବତ କରିଛି ।

 

  • Reported by:
  • JITENDRA BEURA

OTV is now on Whatsapp

Join and get latest news update delivered to you via whatsapp

Join Now