ବନ୍ଦ ହେଲା କେଦାରନାଥ । ଶୀତ ଆଗମନ ଯୋଗୁଁ କେଦାରନାଥ ଧାମରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି । ଶୀତ ଋତୁ ତମାମ ମନ୍ଦିର ବନ୍ଦ ରହିବ । କେଦାରନାଥଙ୍କ ପରିବର୍ତ୍ତେ ଉଖିମଠରେ ଥିବା ଓକାରେଶ୍ୱରଙ୍କୁ ପୂଜା କରାଯିବ । ଆଜି ସକାଳୁ ପାରମ୍ପରିକ ରୀତିନୀତିରେ ବେଦ ଉଚ୍ଚାରଣ ଓ ବାଦ୍ୟଯନ୍ତ୍ରର ଶବ୍ଦ ମଧ୍ୟରେ ମୁଖ୍ୟ ପୁରୋହିତ ମନ୍ଦିରର ମୁଖ୍ୟ ଦୁଆର ବନ୍ଦ କରିଛନ୍ତି । ଏହି ସମୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନାରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ମନ୍ଦିର ବନ୍ଦ ରହୁଥିବାରୁ ଏହି ୬ ମାସ ମହାପ୍ରଭୁ ବିଶ୍ୱ କଲ୍ୟାଣ ପାଇଁ ପାଷାଣ ହୋଇଯାଇଥାନ୍ତି । ଦୁଆର ବନ୍ଦ ହେବା ପରେ ପଞ୍ଚମୁଖି ବିଗ୍ରହ ପାଲିଙ୍କିକୁ ସଜା ଯାଇଥାଏ । ତାପରେ ମଣ୍ଡପରୁ ଆସି ତିନିଥର ମନ୍ଦିର ପରିକ୍ରମା କରିବା ପରେ ଉଖିମଠ ଯାଇଥାଏ ।
Also Read
ଅଧିକ ପଢ଼ନ୍ତୁ: କେଦାରନାଥ, ବଦ୍ରିନାଥ ପାଇଁ ୩୪୦୦ କୋଟିର ଶିଳାନ୍ୟାସ
#WATCH | Uttarakhand: The portals of Kedarnath Dham closed for the winter season today at 8.20 am. pic.twitter.com/4Jz0EbFLz0
— ANI UP/Uttarakhand (@ANINewsUP) October 27, 2022
ଉତ୍ତରାକଣ୍ଡ ରାଜ୍ୟର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ପବିତ୍ର ମନ୍ଦାକିନୀ ନଦୀ ତଟରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ମନ୍ଦିର ଅବସ୍ଥିତ । ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋଲିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜ ମାନ ହୋଇଛନ୍ତି ।ହିନ୍ଦୁଶାସ୍ତ୍ର, ପୁରାଣ ଓ ପୁରାତନ ରଚନାମାନଙ୍କରେ ଏହି ଅଞ୍ଚଳକୁ କେଦାରଖଣ୍ଡ ଭାବେ ବର୍ଣ୍ଣନା କରାଯାଇଛି ।
କିମ୍ବଦନ୍ତୀ ଅନୁସାରେ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଣ୍ଡବମାନଙ୍କ ଦ୍ୱାରା ନିର୍ମିତ ହେଇଥିଲା । ପରିକ୍ଷିତ ମହାରାଜାଙ୍କ ପୁତ୍ର ଜନ୍ମେଜୟ ମନ୍ଦିର ଗର୍ଭଗୃହ ସମ୍ମୁଖ ମଣ୍ଡପ ନିର୍ମାଣ କରାଇଥିଲେ । ବର୍ତ୍ତମାନର ମନ୍ଦିର ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିର୍ମିତ ।
आखिरी शाम बाबा के धाम🚩
— श्री केदारनाथ (@ShriKedarnath) October 26, 2022
दयानिधान बाबा केदारनाथ धाम से इस वर्ष की अंतिम संध्या आरती दर्शन...
सभी भक्तों की मनोकामना पूर्ण करेंगे महादेव एक #RETWEET अवस्य करें महादेव के नाम🙏🕉🚩 pic.twitter.com/DkzskT9nAE
ଏଠାରେ ଗର୍ଭଗୃହରେ ଭଗବାନ ଶଙ୍କର ସଦାଶିବ ରୂପରେ ପୂଜା ପାଉଛନ୍ତି । ଶିବଲିଙ୍ଗ ଏକ ବିରାଟ ଗର୍ତ୍ତ ମଧ୍ୟରୁ ଉପରକୁ ଉଠିଥିବା ଏକ ମହିଷିର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ ହୁଅନ୍ତି । ବିରାଜମାନ ଶିବଲିଙ୍ଗର ଆକୃତି ଲମ୍ବରେ ପ୍ରାୟ ୮.୫ ଫୁଟ, ଚଉଡ଼ାରେ ପ୍ରାୟ ୪ ଫୁଟ ଓ ଉଚ୍ଚତାରେ ୪ଫୁଟ ।
ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ କୁହାଯାଏ । ନିର୍ବାଣ ଦର୍ଶନ ସମୟରେ ଭକ୍ତମାନେ ଲିଙ୍ଗକୁ ସ୍ପର୍ଶକରି ପୂଜାର୍ଚ୍ଚନା, ଅଭିଷେକ ଆଦି କରିପାରନ୍ତି । ନିର୍ଦ୍ଧାରିତ ପାଉଣା ଦାଖଲ କଲେ ମନ୍ଦିର କମିଟି ବିଶେଷ ପୂଜା ଓ ଅଭିଷେକର ବ୍ୟବସ୍ଥା କରାଇଥାନ୍ତି । ଜ୍ୟୋତିର୍ଲିଙ୍ଗର ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ । ଶୃଙ୍ଗାର ଦର୍ଶନ ସମୟରେ ଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରିବା ମନା । ଏହି ସମୟରେ ଜ୍ୟୋତିର୍ଲିଙ୍ଗକୁ ବିବିଧ ପୁଷ୍ପ ଅଳଙ୍କାରରେ ବିଭୁଷିତ କରାଯାଇଥାଏ । ଶୃଙ୍ଗାର ବେଶରେ ପ୍ରଭୁଙ୍କର ସଂଧ୍ୟା ଆଳତି ହୁଏ । ଜ୍ୟୋତିର୍ଲିଙ୍ଗଙ୍କର ଶ୍ରାବଣୀ ଅନ୍ନକୂଟ ମେଳା ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ପାଳନ କରାଯାଏ ।