• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବ ସମାଜକୁ ପଥଭ୍ରଷ୍ଟ କରୁଛି ଅପସଂସ୍କୃତି, ଅଶ୍ଳୀଳତା, ନଗ୍ନତା । ଦିନକୁ ଦିନ ସୋସିଆଲ ମିଡିଆ ମାଧ୍ୟମରେ ଅଶ୍ଳୀଳତା ବୃଦ୍ଧି ପାଉଛି । ଯୌନ ଶୋଷଣ ପଛର ଏହା ଏକ ମୁଖ୍ୟ କାରଣ ମଧ୍ୟ କୁହାଯାଇପାରେ । ତେବେ ଏସମ୍ପର୍କରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠାରୁ ବଡ଼ ଧାର୍ମିକ ନେତା ପୋପ୍ ଫ୍ରାନ୍ସିସ୍ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଅଶ୍ଳୀଳ ଚିତ୍ର ଦୁନିଆ କବଳରେ ବର୍ତ୍ତମାନ ନନ୍‌ ଏବଂ ପାଦ୍ରି ମଧ୍ୟ ପଡ଼ିଯାଇଛନ୍ତି । ବିବିସିର ଏକ ରିପୋର୍ଟରେ ଏହାର ଖୁଲାସା କରାଯାଇଛି । ଭାଟିକାନ୍ ସିଟିରେ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆର ସର୍ବୋତ୍ତମ ବ୍ୟବହାର ଉପରେ ଏକ କାର୍ଯ୍ୟକ୍ରମରେ ବିବିସିର ପ୍ରଶ୍ନର ଉତ୍ତରରେ ପୋପ୍ ଫ୍ରାନ୍ସିସ୍ ଏକଥାକୁ ସ୍ୱୀକାର କରିଛନ୍ତି । ସୋସିଆଲ ମିଡିଆରେ ଅଶ୍ଳୀଳତା ବୃଦ୍ଧି ପ୍ରଭାବରୁ ଧର୍ମଯାଜକ ଏବଂ ନନମାନେ ମଧ୍ୟ ମୁକୁଳି ପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ: ଭାରତରେ ଏହିସବୁ ପର୍ଣ୍ଣ ସାଇଟ୍‌ ବ୍ୟାନ୍‌ କଲେ ସରକାର

ଅଶ୍ଳୀଳ ଚିତ୍ର ଦେଖିବା ଖ୍ରୀଷ୍ଟିଆନ ଧର୍ମ ବିରୁଦ୍ଧ । ଯେଉଁମାନେ ଦିନସାରା ଯୀଶୁଙ୍କ ଶରଣରେ ରହୁଛନ୍ତି, ସେମାନେ କଦାପି ଅଶ୍ଳୀଳ ଚିତ୍ର ଦେଖିପାରିବେ ନାହିଁ । ଧାର୍ମିକ କ୍ଷେତ୍ର ସହ ଜଡିତ ଲୋକଙ୍କୁ ଏଥିରୁ ଦୂରେଇ ରହିବାକୁ ପୋପ୍ ଫ୍ରାନ୍ସିସ୍ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି 'ଅଶ୍ଳୀଳତା ଏକ ରୋଗ ପରି, ଯାହା ନନ୍‌ ଓ ପୋପ୍‌ଙ୍କୁ ବି ଗ୍ରାସ କରିଛି । ପର୍ଣ୍ଣୋଗ୍ରାଫି ଏବେ ସଇତାନ୍ ପରି ଆମ ଜୀବନରେ ପ୍ରବେଶ କରୁଛି । ଆମ ଅଜାଣତରେ ମହାଦ୍ରୁମ ପାଲଟିଯାଉଛି । ସାମାଜିକ ଏବଂ ଡିଜିଟାଲ ମିଡିଆରେ ଯଦି ସମୟ ବିତାଇବାକୁ ଚାହୁଁଛନ୍ତି, ତେବେ ଅଳ୍ପ ସମୟ ରୁହନ୍ତୁ ।’

ପୋପ୍ , ନନ୍ ଓ ପାଦ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, 'ଫୋନରୁ ଦୂରେଇ ଏଭଳି ମାନସିକତାରୁ ବାହାରିବାକୁ ପଡିବ । ଏଥିରେ ଜନମାନସର କୌଣସି ଲାଭ ହୁଏ ନାହିଁ ।

ସୂଚନାଯୋଗ୍ୟ ବର୍ତ୍ତମାନ ସମଗ୍ର ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ନନ୍‌ ଓ ପାଦ୍ରୀଙ୍କ ଉପରେ ଯୌନ ଉତ୍ପୀଡ଼ନ ହେଉଥିବା ଅଭିଯୋଗ ହେଉଛି । ଏହା ବ୍ୟତୀତ ଅଶ୍ଳୀଳତା ଦ୍ୱାରା ସେମାନେ ପ୍ରଭାବିତ ହେବାର ମଧ୍ୟ ଅଭିଯୋଗ ରହିଛି ।