• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨ ସେମ୍ବେର ୨୦୨୨ ଅର୍ଥାତ ଆଜିର ଦିନ । କେବଳ ନୌସେନା ପାଇଁ ନୁହେଁ, ସାରା ଦେଶବାସୀଙ୍କ ପାଇଁ ଆଜିର ଦିନ ଗୌରବର ଦିନ, ସ୍ମରଣୀୟ ମୁହୁର୍ତ୍ତର ସମୟ । ଭାରତୀୟ ନୌସେନାକୁ ଗୁଲାମୀର ଚିହ୍ନ ବା ନିଶାନରୁ ଶେଷରେ ମୁକ୍ତି ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର ଅନାବରଣ କରିଛନ୍ତି ।

ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନୌସେନାର ନିଶାନ ବଦଳିବା ସାରା ଦେଶବାସୀଙ୍କ ପାଇଁ ଏକ ଖୁସିର ଖବର । ଭାରତୀୟ ନୌସେନାର ନୂତନ ନିଶାନ ଛତ୍ରପତି ଶିବାଜୀଙ୍କ ମୋହର ଦ୍ୱାରା ପ୍ରେରିତ ହୋଇଛି । ଏହାର ଉପର ବାମ ପାର୍ଶ୍ୱରେ ଜାତୀୟ ପତାକା ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଏହା ତଳେ ଲଙ୍ଗର ଅଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତ ନିଜ ଉପରୁ ଏକ ପ୍ରତୀକ ତଥା ଦାସତ୍ୱର ଭାର ଓହ୍ଲାଇ ଦେଇଛି । ଆଜି ଠାରୁ ଭାରତୀୟ ନୌସେନାକୁ ଏକ ନୂତନ ପତାକା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ନୌସେନା ପତାକା ଉପରେ ଦାସତ୍ୱର ପରିଚୟ ରହିଆସିଥିଲା । କିନ୍ତୁ ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନୂତନ ନୌସେନା ନିଶାନ ସମୁଦ୍ର ତଥା ଆକାଶରେ ଉଡ଼ିବ ।

୧୯୩୪ ମସିହା  ଅକ୍ଟୋବର ୨ ତାରିଖରେ ନୌସେନାର ନାଁ ନାଭାଲ୍ ସର୍ଭିସ ନାମରେ ନାମିତ ହୋଇଥିଲା । ସେବେଠାରୁ ଦେଶ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଏହି ନୌସେନାର ନାଁ ହିଁ ରହିଥିଲା । ଯେତେବେଳେ ବିଭାଜନ ପରେ ଭାରତ, ପାକିସ୍ତାନ ସେନା ବାହିନୀ ଗଠନ ହେଲା, ସେତେବେଳେ ନୌସେନାକୁ ରୟାଲ ଇଣ୍ଡିଆନ ନୌସେନା ଏବଂ ରୟାଲ ପାକିସ୍ତାନ ନୌସେନା ଭାବରେ ବିଭକ୍ତ କରାଯାଇଥିଲା ।

ଏହାପରେ, ୧୯୫୦ ଜାନୁଆରୀ ୨୬ ତାରିଖରେ ରୟାଲ ଶବ୍ଦକୁ ଭାରତୀୟ ନୌସେନାରୁ ହଟାଇ ଦିଆଯାଇଥିଲା । ଏହାର ନାମରେ ପରିବର୍ତ୍ତନ କରାଯାଇ ଭାରତୀୟ ନୌସେନା ରଖାଯାଇଥିଲା । ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ପତାକା ନୌସେନା ପତାକାର ଉପର କୋଣରେ ରହିଥିଲା । ଯାହା ବଦଳରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଥିଲା । ତେବେ ଏବେ ସୂଚନା ଗ୍ରହଣ ହେବା ପରେ ନୂତନ ପତାକାରେ ଥିବା କ୍ରସ୍ ସଙ୍କେତକୁ ହଟାଯାଇପାରିବ । ପତାକା ଭିତରେ ଥିବା କ୍ରସ୍ ହେଉଛି ସେଣ୍ଟ ଜର୍ଜଙ୍କର ପ୍ରତୀକ ।

ପୂର୍ବରୁ ମଧ୍ୟ ପତାକାରେ ହୋଇଛି ପରିବର୍ତ୍ତନ । ୨୦୦୧ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ନୌସେନାର ନିଶାନ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିରେ ନୌସେନାର ଧଳା ପତାକା ମଝିରେ ଜର୍ଜ କ୍ରସ୍ ହଟାଇ ଦିଆଯାଇଥିଲା । ପତାକାର ଉପର ବାମ ପଟ ସ୍ଥାନରେ ତ୍ରିରଙ୍ଗାକୁ ଅକ୍ଷୁର୍ଣ୍ଣ ରଖାଗଲା । ତେବେ ଏହି ପରିବର୍ତ୍ତନ ନିଷ୍ପତ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବି ରହିଥିଲା । ଏହି ପରିବର୍ତ୍ତନ ସମ୍ପର୍କୀତ ପ୍ରସ୍ତାବ ଭାଇସ ଆଡମିରାଲ ଭିଆଇସି ବାରବୋଜାଙ୍କ ପକ୍ଷରୁ ଆସିଥିଲା ।