/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662100272.jpg)
Minakhi Mishra
ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ତେତ୍ରୀଙ୍କ ନାଁ । ଦଳ ପକ୍ଷରୁ ଜାରି କରାଯାଇଥିବା ବିଜେଡି ମହିଳା କାର୍ଯ୍ୟକାରିଣୀ ତାଲିକାରେ ବ୍ରହ୍ମପୁରର ମୀନାକ୍ଷୀ ମିଶ୍ରଙ୍କ ନାଁ ସ୍ଥାନ ପାଇବାକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ଚର୍ଚ୍ଚା । କୁହାଯାଉଛି ଇଏ ହେଉଛନ୍ତି ବିଜେଡିର ସେଇ ଦିବଙ୍ଗତ ନେତ୍ରୀ, ଯିଏ ନିଜ ପୁଅର ସୁରକ୍ଷାକୁ ନେଇ ପୋଲିସ୍ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲେ ।
ଦୁଇବର୍ଷ ତଳେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେଇଥିଲେ ମୀନାକ୍ଷୀ ମିଶ୍ର । ଗତ ୨୦୨୦ ଫେବ୍ରୁଆରୀ ମାସରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସେତେବେଳେ ସାରା ରାଜ୍ୟରେ ବେଶ୍ ହଇଚଇ ହୋଇଥିଲା । ତେବେ ମୀନାକ୍ଷୀଙ୍କ ମୃତ୍ୟୁର ଦୀର୍ଘ ଦୁଇ ବର୍ଷ ପରେ ସଦ୍ୟ ଘୋଷିତ ବିଜେଡି ମହିଳା କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରେ ତାଙ୍କ ନାଁକୁ କିଭଳି ସାମିଲ କରାଗଲା ବୋଲି ପ୍ରଶ୍ନ କରି ବିଜେଡି ଉପରେ ଜୋରଦାର ହମ୍ଲା କରିଛି ବିଜେପି ।
ଦଳର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ କାହ୍ନୁଚରଣ ପତି ଅଭିଯୋଗ କରିଛନ୍ତି ଯେ, ଯେମିତି ଭୂତଙ୍କ ନାଁରେ ଭତ୍ତା, ରାସନ୍ ବଣ୍ଟାଚାଲିଛିି, ଜଣେ ଦିବଙ୍ଗତ ନେତ୍ରୀଙ୍କ ନାଁକୁ ସଂଗଠନରେ ସ୍ଥାନ ଦିଆଯିବା ବି ସେହିଭଳି ଏକ ଘଟଣା । ତେବେ ବିଜେପିର ଏଭଳି ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)