/odishatv-khabar/media/post_attachments/uploadimage/library/16_9/16_9_0/NGT_1662102080.jpg)
NGT
ମୟୂରଭଞ୍ଜ ବେଆଇନ ବାଲି ଖନନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍-NGTର ଛାଟ । ୩୬ କୋଟିର ଫାଇନ୍ ଲଗାଇଛନ୍ତି ଏନ୍ଜିଟି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ପଠାରୁ ଅନବରତ ଭାବେ ବେଆଇନ ବାଲି ଖନନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି ଟ୍ରିବୁନାଲ୍ । ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି NGT ।
ତାସହ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଭାବେ ବାଲି ଖୋଳା ଚାଲିଥିବା ନେଇ ରାଧାମୋହନ ସିଂହ ନାମକ ଜଣେ ବ୍ୟକ୍ତି ମାମଲା ଦାଏର କରିଥିଲେ । ଜଷ୍ଟିସ୍ ବି. ଅମିତ ସେଠାକାର ଓ ଜଷ୍ଟିସ୍ ସାଇବାଲା ଦାସଗୁପ୍ତା ଏହି ଆବେଦନର ଶୁଣାଣି କରି ବଡ଼ସାହି ତହସିଲଦାରଙ୍କ ଉପରେ ବର୍ଷିଛନ୍ତି । ବେଆଇନ ଭାବେ ବାଲି ଖନନ ଯୋଗୁଁ କୋଟି କୋଟି ରାଜସ୍ୱ ହରାଇଛନ୍ତି ରାଜ୍ୟ ସରକାର।
ଅତ୍ୟଧିକ ବାଲି ଖନନ ଯୋଗୁଁ ପ୍ରକୃତି ଉପରେ ଏହାର କୁପ୍ରଭାବ ପଡ଼ିଛି । ଟ୍ରିବୁନାଲ୍କୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ, ବୁଢ଼ାବଳଙ୍ଗ ନଦୀର ମହୁପୁରା, ଡିଙ୍ଗିରିଆ ଏବଂ ଆରପଟା ଅଞ୍ଚଳରୁ ପାଖାପାଖି ୧ ଲକ୍ଷ ୪୯ ହଜାର କ୍ୟୁବିକ୍ ମେଟ୍ରିକ ବାଲି ଉତ୍ତୋଳନ ହୋଇଛି । ଏନ୍ଜିଟି ପୂର୍ବ ଜୋନ୍-କୋଲକାତା ଅଫିସ୍ ପକ୍ଷରୁ ଓଡ଼ିଶା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡକୁ ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଟ୍ରିବୁନାଲ୍ । ଏହି ମାମଲାରେ ତଦନ୍ତ କରି ପୂର୍ବରୁ ଜିଲ୍ଲା ପ୍ରଶାସନ ବଡ଼ସାହି ତହସିଲଦାରଙ୍କୁ ନିଲମ୍ବିତ କରିଛନ୍ତି । ତା’ସହ ଦୁଇ ବାଲି ମାଫିଆ ପ୍ରଦୀପ କୁମାର ବିନ୍ଧାଣୀ ଓ କୃପାସିନ୍ଧୁ ସିଂଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)