Advertisment

Highcourt: ବୋହୂ ନେଇଗଲା ପୋଷାକୁକୁର; ଶାଶୁ ଗଲେ ହାଇକୋର୍ଟ

୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା। ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Highcourt

Highcourt

ଯୌତୁକ ସାମଗ୍ରୀ ସହ ଶାଶୁଘରୁ ବୋହୂ ନେଇଗଲେ ପୋଷା କୁକୁର। ହାଇକୋର୍ଟରେ ଫେରାଦ ହେଲେ ଶାଶୁଘର ଲୋକ। ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହ ହଜାରେ ଟଙ୍କା ଜୋରିମାନା କରିଛନ୍ତି ହାଇକୋର୍ଟ। ଏଭଳି ଆବେଦନ ହାଇକୋର୍ଟରେ କରିବାର ଆବଶ୍ୟକତା ନଥିଲା, ବରଂ ଏହାଦ୍ୱାରା ଅଦାଲତି ସମୟ ନଷ୍ଟ ହୋଇଛି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କଟକରେ।

Advertisment

ଅଧିକ ପଢ଼ନ୍ତୁ: ନିଆଁ ଖୋଲିଦେଲା କି ନ୍ୟାୟାଧୀଶଙ୍କ କଳା ଗୁମର ? ଦିଲ୍ଲୀ ହାଇକୋର୍ଟ ଜଜ୍‌ଙ୍କ ଘରୁ ୧୫ କୋଟି କ୍ୟାସ୍ ସିଜ୍

ସୂଚନା ଅନୁସାରେ, ୨୦୨୩ ମସିହାରେ କଟକ ମହିଳା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏତଲା ଆଧାରରେ ପୋଲିସ ଯୌତୁକ ସାମଗ୍ରୀ ଜବତ କରିଥିଲା। ବୋହୂ ଜଣଙ୍କ ଯିବା ସମୟରେ ସାଙ୍ଗରେ ଘରର ପୋଷା କୁକୁର ନେଇଯାଇଥିଲେ।

Advertisment

କୁକୁରଟିକୁ ସେ ଯୌତୁକରେ ଆଣିନଥିଲେ ବି କାହିଁକି ନେଇଗଲେ ବୋଲି ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶାଶୁଘର ଲୋକ। ଏଭଳି ଏକ ମାମଲା କରି ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ଜରିମାନା ବାବଦକୁ ହଜାରେ ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: କଟକ SCBରେ ଶିଶୁ ବଦଳ ଅଭିଯୋଗ ମାମଲା, ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ୍‌ କଲେ ହାଇକୋର୍ଟ

Pet Dog Orissa High Court Cuttack
Advertisment
Advertisment