Advertisment

Badri Patra Target Sasmit Patra: ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କଲେ ବଦ୍ରି; କହିଲେ, ସେ ଏତେ ବଡ଼ ସାହସ କଲେ କେମିତି ?

ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କିଏ ଖେଳ କଲା ସଭାପତି କହିବେ

କିଏ ଖେଳ କଲା ସଭାପତି କହିବେ

ୱକ୍‌ଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ । ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର । ସେ କହିଛନ୍ତି, ସସ୍ମିତ ଏତେ ବଡ଼ ସାହସ କଲେ କେମିତି । ଦଳ ସମଦୂରତା ନୀତି ରଖି ଚାଲୁଥିଲା । କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲାନି । କିଏ ଗୋଟେ ଖେଳ କଲା । କେଉଁଠି ଖେଳ ହୋଇଛି ତାହା ଜାଣିବା ଆବଶ୍ୟକ । ଦଳ ସଭିପତି ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହେଲା କେମିତି ? ଦଳ ଏବେ ଧର୍ମ ସଙ୍କଟରେ ବୋଲି ବଦ୍ରି ପାତ୍ର କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସସ୍ମିତଙ୍କ ବିରୋଧରେ ବିଜେଡିରେ କୁହୁଳିଲା ଅସନ୍ତୋଷ; ସୁପ୍ରିମୋଙ୍କୁ ଚିଠି ଲେଖିଲେ ପ୍ରଫୁଲ୍ଲ...

ସେହିପରି ସେ ଆହୁରି କହିଛନ୍ତି, ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି । ତଦନ୍ତ ହେଲେ ଜଣାପଡ଼ିବ। କାହାର ନିର୍ଦ୍ଦେଶରେ ଏଭଳି ହେଲା ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ତେବେ ବଦ୍ରି ପାତ୍ରଙ୍କ ଏହି ମନ୍ତବ୍ୟ ଉପରେ ବିଜେଡି କିମ୍ବା ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ସେପଟେ ୱକ୍‌ଫ ବିଲ୍ ସପକ୍ଷରେ ମତ ଦେଇଥିବା ଦଳୀୟ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ ବିହୀତ ପଦକ୍ଷେପ ନେବାକୁ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଗତକାଲି ଦାବି କରିଥିଲେ । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏନେଇ ପ୍ରଫୁଲ୍ଲ ଚିଠି ଲେଖିଛନ୍ତି । ପ୍ରଫୁଲ୍ଲ ଲେଖିଛନ୍ତି,  ରାଜ୍ୟସଭାରେ ୱକ୍‌ଫ ସଂଶୋଧନ ବିଲ୍ ଗୃହିତ ହେବା ସମୟରେ ସସ୍ମିତ ପାତ୍ର ତାଙ୍କ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ଦେଇଥିବା ମତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ଗଠନ ହେବା ଦିନଠାରୁ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ହିତ ପାଇଁ କାମ କରି ଆସୁଛି। ଆଗାମୀ ଦିନରେ ମଧ୍ୟ ଏହା ଜାରି ରଖିବ ବୋଲି ମୋର ବିଶ୍ବାସ।

ସେପଟେ ବିଜେଡି ବିଧାୟକ ଗଣେଶ୍ବର ବେହେରା ମଧ୍ୟ ସସ୍ମିତଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ସସ୍ମିତ ଦଳ ପାଇଁ ଉତ୍ତରଦାୟୀ ରହିବେ ଏବଂ କୈଫିୟତ ଦେବେ। ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ଜରୁରୀ। ନବୀନ ବାବୁ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିଶ୍ବାସ ଥିବା କହିଛନ୍ତି ଗଣେଶ୍ବର। ତେବେ ଏନେଇ ସସ୍ମିତ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ବିଜେଡି- ବିଜେପି ମଧ୍ୟରେ ଚାଲିଛି ସଲାସୁତରା, ଗେରୁଆ ଦଳରେ ମିଶିବେ ନବୀନ ? 

Odisha Naveen Patnaik BJD Sasmit Patra Badri Patra
Advertisment
Advertisment