• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । ଆଜି ରାଜ୍ୟର ୧୨ରୁ ଅଧିକ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ହେଲେ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହେଉଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଆସନ୍ତା ଗୋଟେ ସପ୍ତାହ ଏପରି ସ୍ଥିତି ଲାଗି ରହିବ ବୋଲି ଜଣା ପଡ଼ିଛି । ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ରାତିର ତାପମାତ୍ରାରେ ସେପରି କିଛି ବିଶେଷ ପରିବର୍ତ୍ତନ ହେବନାହିଁ । କେତେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨, ୩ ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି । ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ କୁହୁଡ଼ି ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି ।

ଆସନ୍ତା କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ କଲବଲ କରିବ କୁହୁଡ଼ି । ଦୃଶ୍ୟମାନ କ୍ଷମତା ହ୍ରାସ ହେବ, ଏଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ରୁ ୪ ଡିଗ୍ରୀ ଅଧିକ ରହିବ ।