• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୧୬ ହଜାର ଫୁଟ ଉପରୁ ପଡ଼ି ମଧ୍ୟ ଅକ୍ଷତ.. କଥାଟି ଯେତେ ଆଶ୍ଚର୍ଯ୍ୟକର, ସେତେ ଅସମ୍ଭବ । ତଥାପି ଏପରି ଚମତ୍କାର ହୋଇଛି । ଆକାଶରେ ୧୬ ହଜାର ଫୁଟ ଉପରେ ଉଡ଼ୁଥିଲା ବିମାନ । ସେଥିରୁ ଖସି ପଡ଼ିଲା ଗୋଟେ ଆଇଫୋନ । ମିଳିବା ବେଳକୁ ଭାଙ୍ଗିନଥିଲା ଫୋନ । ପୁରା ଅକ୍ଷତ ଅବସ୍ଥାରେ ମିଳିଥିଲା ଆଇଫୋନ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆମେରିକାର ପୋର୍ଟଲାଣ୍ତ ସହରରେ ଗତ ଶନିବାର ଆଲାସ୍କା ଏୟାର ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଆକାଶକୁ ଉଠୁଥିଲା । ଏହାର କିଛି ସମୟ ମଧ୍ୟରେ ପବନ ଦ୍ୱାରା କବାଟ ଉଡ଼ି ଯାଇଥିଲା । ଫଳରେ ପାଇଲଟଙ୍କୁ ଜରୁରୀକାଳୀନ ଭିତ୍ତିରେ ଅବତରଣ କରାଇବାକୁ ପଡ଼ିଥିଲା ।

ନିଜର ଉପସ୍ଥିତ ବୁଦ୍ଧି ଫଳରେ ପାଇଲଟ ବିମାନକୁ ପୁଣି ପୋର୍ଟଲାଣ୍ତ ବିମାନବନ୍ଦରକୁ ଫେରାଇ ଆଣିଥିଲେ । ଏ ଘଟଣା ଦ୍ୱାରା ଯାତ୍ରୀମାନଙ୍କର ଜିନିଷପତ୍ର କବାଟ ଦେଇ ତଳକୁ ଖସି ପଡ଼ିଥିଲା । ତନ୍ମଧ୍ୟରେ ଜଣେ ଯାତ୍ରୀଙ୍କର ଆଇଫୋନ ଥିଲା । ସେ ଆଇଫୋନଟି ବିମାନରୁ ପ୍ରାୟ ୧୬ ହଜାର ଫୁଟ ତଳକୁ ଖସି ପଡ଼ିଥିଲା ।

ଆଇଫୋନରୁ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ପାଇଥିଲେ । ଫୋନଟି ଅକ୍ଷତ ଥିବା ସହ କାର୍ଯ୍ୟକ୍ଷମ ଥିବା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏନେଇ ଏକ ସାମାଜିକ ବାର୍ତ୍ତା ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଉକ୍ତ ପୋଷ୍ଟରେ ସେ ଆଇଫୋନ ପ୍ରସ୍ତୁତ କରୁଥିବା ଆପଲ କମ୍ପାନୀର ଉଚ୍ଚ ପ୍ରଶଂସା କରିଛନ୍ତି ।

ତେବେ ପୋଷ୍ଟଟି ଭାଇରାଲ ହେବା ପରେ ଅନେକ କମେଣ୍ଟ ମଧ୍ୟ ମିଳିଛି । କେତେକ ୟୁଜର୍ସ ଲେଖିଛନ୍ତି, ଏହା କେମିତି ସମ୍ଭବ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ରୋଷେଇ ଘର ସ୍ଲାବରୁ ପଡ଼ିବା ପରେ ମୋବାଇଲ ଭାଙ୍ଗି ଯାଇଥିଲା । କିନ୍ତୁ ଏଠାରେ ତ ଆକାଶରୁ ଖସି ପଡ଼ିବା କଥା କୁହାଯାଉଛି । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ମୋବାଇଲ ନା ଲୁହା ।