Advertisment

Chandrayaan-3 ସଫଳତା ପଛର ୪ ମୁଖ୍ୟ ନାୟକ, ମଞ୍ଚକୁ ଡାକି ପ୍ରଶଂସା କଲେ ISRO ମୁଖ୍ୟ

ନିର୍ଦ୍ଧାରିତ ସମୟ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chandrayaan 3

Chandrayaan 3

ଚନ୍ଦ୍ରରେ ପାଦ ଥାପିଲା ଭାରତ । ବିଶ୍ୱର ପ୍ରଥମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଛି ଭାରତ । ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଏବେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା । ନିର୍ଦ୍ଧାରିତ ସମୟ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ।

Advertisment

ତେବେ ଭାରତ ତଥା ISROର ଏତେ ବଡ଼ ସଫଳତା ପଛରେ ଯେଉଁ ୪ ଜଣଙ୍କର ମୁଖ୍ୟ ହାତ ରହିଛି ସେମାନଙ୍କୁ ମଞ୍ଚକୁ ଡାକି ଅଭିନନ୍ଦନ ଜଣାଇଛନ୍ତି ISRO ମୁଖ୍ୟ । ସେମାନେ ହେଲେ ପ୍ରୋଜେକ୍ଟ ଡାଇରେକ୍ଟର ଇସିଆର୍, ଆସୋସିଏଟ୍ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା, ମିଶନ ଅପରେସନ୍‌ ଡାଇରେକ୍ଟର ଶ୍ରୀକାନ୍ତ ଓ ସାଟେଲାଇଟ୍‌ କୋଣ୍ଟ୍ରୋଲ ଡାଇରେକ୍ଟର । ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏହାସହ ସାରା ଦେଶବାସୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ମୁଖ୍ୟ ସୋମନାଥ ।

Advertisment

ତେବେ ଇସ୍ରୋ ପକ୍ଷରୁ ପୂର୍ବରୁ ଯେଉଁ ଯୋଜନା କରାଯାଇଥିଲା, ଠିକ୍ ସେହି ଅନୁସାରେ ସ୍ୱୟଂକ୍ରିୟ ଭାବେ ଅବତରଣ କରିଥିଲା ଲ୍ୟାଣ୍ଡର୍ । ଠିକ୍ ୫ଟା ୪୫ରେ ପ୍ରାୟ ୩୦ କିଲୋମିଟର ଉଚ୍ଚତାରୁ ନିଜ ବେଗ କମ୍ କରି ତଳକୁ ଖସିବା ଆରମ୍ଭ କରିଥିଲା। ଆରମ୍ଭ ହୋଇଥିଲା ଆହ୍ୱାନପୂର୍ଣ୍ଣ ୧୭ ମିନିଟ । ତେବେ ଚନ୍ଦ୍ରୟାନ-୨ ତୁଳନାରେ ଚନ୍ଦ୍ରୟାନ-୩ର ସବୁଠୁ ବଡ଼ ଫରକ ଏୟା ଥିଲା ଯେ, ଏଥର ସଫ୍ଟଲ୍ୟାଣ୍ଡିଂ ଆରମ୍ଭରୁ ଶେଷ ଯାଏଁ ସବୁକିଛି ଲ୍ୟାଣ୍ଡର୍ ନିଜେ ଅଟୋମେଟିକ୍ କରିଥିଲା । ଇସ୍ରୋର ମିଶନ ଅପରେସନ୍ କଂପ୍ଲେକ୍ସରେ ବୈଜ୍ଞାନିକ ମାନେ କେବଳ ପୂରା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଅବତରଣ ବେଳେ ଚନ୍ଦ୍ରପୃଷ୍ଠର ଭିଡିଓ ପଠାଇବା ଆରମ୍ଭ କରିଦେଇଥିଲା ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା, ଯାହାକୁ ମିଶନ୍ ଅପରେସନ କଂପ୍ଲେକ୍ସର ମନିଟରରେ ଦେଖି ଉତ୍ସାହିତ ହୋଇଥିଲା ସାରା ଦେଶ ।

ସଫ୍ଟଲ୍ୟାଣ୍ଡିଂର ପ୍ରଥମ ପର୍ଯ୍ୟାୟ ରଫ୍ ବ୍ରେକିଂ ଫେଜ୍ ଚାଲିଥିଲା ୬୯୦ ସେକେଣ୍ଡ ଧରି । ଏହାପରେ ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍ ଓ ଫାଇନ୍ ବ୍ରେକିଂ ଫେଜ୍ ପରେ ପ୍ରାୟ ୮ଶହ ମିଟର ଉଚ୍ଚତାରୁ ଅବତରଣ ସ୍ଥଳରେ ସିଧା ତଳକୁ ଖସିବା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ଚାଲିଥିଲା ପ୍ରାୟ ୪ ମିନିଟ୍ ଧରି । ଆଉ ଯେତେବେଳେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ଛୁଇଁଲା, କରତାଳିରେ ଫାଟି ପଡ଼ିଥିଲା କଣ୍ଟ୍ରୋଲ ରୁମ୍। ଅସୀମ ଉତ୍ସାହରେ ଉଛୁଳି ଉଠିଥିଲା ପରିବେଶ । ଖୁସିରେ ଝୁମି ଉଠିଥିଲେ ଏହି ଅଭିଯାନରେ ସାମିଲ ହୋଇଥିଲା ବୈଜ୍ଞାନିକ । ସାରା ଦେଶର ଛାତି ସେତେବେଳେ କୁଣ୍ଢେମୋଟ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଥିଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ।

ଅନ୍ୟପଟେ ମୁନ୍‌ ମିଶନ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ନିଜର ବକ୍ତବ୍ୟ ରଖିଥିଲେ । ଆଉ ପୁରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଇସ୍ରୋ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ପ୍ରଶଂସାରେ ପୋତି ପକାଇଛନ୍ତି । ଇସ୍ରୋ ମୁଖ୍ୟଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇବା ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହିଛନ୍ତି, ଏ କ୍ଷଣ ଅବିସ୍ମରଣୀୟ । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ । ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା । ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ, ଆମେ ପହଞ୍ଚିଲେ । ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ ।

ଏହାସହ ମୋଦି ସାରା ଦେଶବାସୀଙ୍କୁ ଦେଇଛନ୍ତି ବଡ଼ ସନ୍ଦେଶ । ସେ କହିଛନ୍ତି ଚନ୍ଦ୍ରୟାନର ସଫଳତା ପରେ ଏବେ ଭାରତର ଲକ୍ଷ୍ୟ ରହିବ ସୂର୍ଯ୍ୟ ଓ ଶୁକ୍ର । ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଆଦିତ୍ୟ-ଏଲ୍‌ ୱାନ୍‌ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ କରାଯିବ ଗବେଷଣା । ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ । ଖୁବ୍‌ଶୀଘ୍ର ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ।

ISRO Chandrayaan-3
Advertisment
Advertisment