• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚନ୍ଦ୍ରୟାନ ୩ର ସଫଳ ଲ୍ୟାଣ୍ଡିଂ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି ବକ୍ତବ୍ୟ । ସେ କହିଛନ୍ତି ଏ କ୍ଷଣ ଅବିସ୍ମରଣୀୟ । ଆଜି ଭାରତ ନୂଆ ଇତିହାସ ରଚିଲା । ଆଜି ସାରା ଭାରତରେ ଉତ୍ସବର ମାହୋଲ । ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ । ଏ ଅଦ୍ଭୁତ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ବଧାଇ । ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଲା । ଯେଉଁଠି ସାରା ବିଶ୍ୱର କେହି ପହଞ୍ଚିନଥିଲେ, ଆମେ ପହଞ୍ଚିଲେ । ଆଜି ପରେ ଚନ୍ଦ୍ରକୁ ନେଇ ଅନେକ ଭ୍ରାନ୍ତ ଧାରଣା ବଦଳି ଗଲା । ଆଜିର ଏହି ଦିନକୁ ଦେଶବାସୀ ସବୁଦିନ ମନେରଖିବେ ।

ଏହାସହ ମୋଦି ସାରା ଦେଶବାସୀଙ୍କୁ ଦେଇଛନ୍ତି ବଡ଼ ସନ୍ଦେଶ । ସେ କହିଛନ୍ତି ଚନ୍ଦ୍ରୟାନର ସଫଳତା ପରେ ଏବେ ଭାରତର ଲକ୍ଷ୍ୟ ରହିବ ସୂର୍ଯ୍ୟ ଓ ଶୁକ୍ର । ଇସ୍ରୋ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଆଦିତ୍ୟ-ଏଲ୍‌ ୱାନ୍‌ ମିଶନ ଜରିଆରେ ସୂର୍ଯ୍ୟ ସଂପର୍କରେ କରାଯିବ ଗବେଷଣା । ସୂର୍ଯ୍ୟ ମିଶନ ସହ ଆରମ୍ଭ ହେବ ଶୁକ୍ର ଅଭିଯାନ । ଖୁବ୍‌ଶୀଘ୍ର ଭାରତ ଶୁକ୍ର ଗ୍ରହ ଉପରେ ଅଭିଯାନ ଆରମ୍ଭ କରିବ ।

ସୂଚନାଯୋଗ୍ୟ, ଜହ୍ନ ମାମୁଁ ଘରେ ପହଞ୍ଚି ସାରିଛି ଭାରତ । ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଲ୍ୟାଣ୍ଡର ବିକ୍ରମ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଇତିହାସ ରଚିଲା ଭାରତ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କରିଛନ୍ତି ଇସ୍ରୋ ମୁଖ୍ୟ ।