• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଗିରଫ କରାଯାଇଛି । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତଙ୍କ ସହ ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ । ସମସ୍ତଙ୍କୁ ଆଇପିସିର ଧାରା ୩୦୪ ଏବଂ ୨୦୧ରେ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।

ସିବିଆଇ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର CBI ଅଫିସ୍‌କୁ ଆଣିଥିବା ସୂଚନା ରହିଛି । କଡ଼ା ସୁରକ୍ଷାରେ ସିବିଆଇ ଅଫିସ୍‌ରେ ୩ ଅଭିଯୁକ୍ତଙ୍କୁ ରଖାଯାଇଛି । ସେଠାରେ ମଧ୍ୟ ସେମାନଙ୍କୁ କିଛି ପ୍ରଶ୍ନ ପଚରାଯାଇପାରେ । ପରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ପେଶାଲ ସିବିଆଇ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

ଖାଲି ସେତିକି ନୁହେଁ, ଯାତ୍ରୀମାନଙ୍କୁ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଅପରାଧୀ । ଅପରାଧ ଘଟାଇବା ପରେ ପ୍ରମାଣ ଲୁଚାଇଥିବା ମଧ୍ୟ କହିଛି ସିବିଆଇ । ବାହାନଗା ଦୁର୍ଘଟଣାରେ ଏଯାଏଁ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଦୁର୍ଘଟଣା ନେଇ କିଛି ସୂଚନା ପ୍ରକାଶ ପାଇଥିଲା । ସେତେବେଳେ କୁହାଯାଇଥିଲା କି, ଭୁଲ ସିଗନାଲିଂ ପାଇଁ ବାହାନଗା ଟ୍ରେନ ଦୁର୍ଘଟଣା ଘଟିଥିଲା । କମିଶନର ଅଫ ରେଲୱେ ସେଫ୍ଟି ବା CRS ରେଳ ବିଭାଗରେ ଦାଖଲ କରିଥିବା ଏହାର ତଦନ୍ତ ରିପୋର୍ଟରେ... ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟିକୁ ଏକ ପ୍ରମୁଖ କାରଣ ଭାବେ ଦର୍ଶାଇଥିଲା । ଏପରିକି, ଶେଷ ମୂହୁର୍ତ୍ତରେ ଷ୍ଟେସନ ମାଷ୍ଟର ସତର୍କ କରାଇଥିଲେ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ସେହିପରି ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିକୁ ବି ରିପୋର୍ଟରେ ଦର୍ଶାଯାଇଥିଲା ।

ତେବେ ଜୁନ ୨ ତାରିଖ ଦିନ ଦୁର୍ଘଟଣା ଘଟିବା ପୂର୍ବରୁ ସିଗନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ୍‌ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା । ହେଲେ ଏବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯ।ଇଛି ।