• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଓମ୍‌ ପ୍ରକାଶ ମାଥୁର ଛତିଶଗଡ଼ର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବାବେଳେ ମନସୁଖ ମାଣ୍ଡଭୀୟ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।

ଅନ୍ୟପଟେ ଭୁପେନ୍ଦ୍ର ଯାଦବ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରକାଶ ଜାଭଡେକର ତେଲଙ୍ଗାନା ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ସେହିପରି ସୁନୀଲ ବଂଶଲ ନିର୍ବାଚନ ସହ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ।

ସେପଟେ ୯ ବର୍ଷର ମୋଦି ସରକାରଙ୍କ ସଫଳ ବାର୍ତ୍ତାକୁ ନେଇ ଚାଲିଥିବା ମହାଜନସଂପର୍କ ଅଭିଯାନ ଉପରେ ଗତକାଲି ଗୌହାଟୀରେ ଏକ ବଡ଼ ବୈଠକ କରିଥିଲା ବିଜେପି । ବୈଠକରେ ବିଭିନ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ନେଇ ଆୟୋଜିତ ଆଜିର ବୈଠକରେ ଆଗକୁ କ’ଣ ଷ୍ଟ୍ରାଟେଜି ରହିବ ସେନେଇ ଟାସ୍କ ବି ଦିଆଯାଇଥିଲା । ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ ରହିଥିବାବେଳେ ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଗତକାଲିର ବୈଠକରେ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ଗତକାଲିର ବୈଠକ ଶେଷ ହେଉ ହେଉ ଆଜି ବିଜେପି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଅଯାଇଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।