Advertisment

ଇଏ କିଭଳି ମାଆ ? ଯିଏ ନିଜ ପୁଅ ସହ ରଖୁଛି ଅବୈଧ ସମ୍ପର୍କ..!

ଆନ୍ତର୍ଜାତୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରୁଡ଼ିଙ୍କ ମା’ ଜାନି ସାଣ୍ଟାନା ପ୍ରାୟ ଏକ ଦଶନ୍ଧି ଧରି ରୁଡି ଫାରିଆସ୍‌ଙ୍କୁ ଗୃହବନ୍ଦୀ କରି ରଖିଥିଲେ। ସେ ତାଙ୍କୁ ନିଜର ଯୌନ କ୍ରୀତଦାସ ଭାବେ ବ୍ୟବହାର କରୁଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
US Teen Sexually Abused By Mother

US Teen Sexually Abused By Mother

ଇଏ କି ପ୍ରକାର ମାଆ । ଇଏ ମାଆ ନା ରାକ୍ଷସୀ ? ଆପଣ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ଆଜି ହଠାତ୍‌ ଆମେ ମାଆଙ୍କୁ କାହିଁକି ଏମିତି କହୁଛୁ ? ଆଜି ଆମେ ଯେଉଁ ମାଆ ବିଷୟରେ କହିବୁ ସେ କୌଣସି ସାଧାରଣ ମହିଳାଙ୍କ ଭଳି ନୁହନ୍ତି । ଏହି ମାଆ ଜଣକ ହେଉଛନ୍ତି ଯୌନ ରାକ୍ଷସୀ ବା ଯୌନ ପିପାସୁ ।

Advertisment

ଆମ ସମାଜରେ ମାଆ ହିଁ ସର୍ବଶ୍ରେଷ୍ଠ । ମାଆ ହିଁ ଚଳନ୍ତି ଠାକୁର । ଆଉ ମାଆ ପାଇଁ ତା ସନ୍ତାନ ହିଁ ସବୁକିଛି । ସନ୍ତାନର ଖୁସିରେ ମାଆ ଖୁସି । ମାଆ ଓ ପୁଅର ସମ୍ପର୍କ ଖୁବ୍‌ ପବିତ୍ର । ଏଥିରେ ତିଳେ ହେଲେ ବି ସନ୍ଦେହ ନାହିଁ । ହେଲେ ଆମ ପାଖରେ ଯେଉଁ ମାଆର ଖବର ରହିଛି ତାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ଟେକ୍ସାସ୍‌ର ଜାନି ସାଣ୍ଟାନା ନାମକ ଜଣେ ମହିଳା, ଯିଏକି ନିଜ ପୁଅ ସହ ରଖିଥିଲେ ଯୌନ ସମ୍ପର୍କ। ନିଜ ପୁଅକୁ ସେ ଯୌନଦାସ କରି ରଖିଥିଲେ । ଡରେଇ ଧମକେଇ ପୁଅକୁ ହିଁ କରୁଥିଲେ ଶୋଷଣ । ନିଜ ସନ୍ତାନ ଦ୍ୱାରା ହିଁ ଦେହର ଭୋକ ମେଣ୍ଟାଉଥିଲେ ଏହି ମାଆ ।

Advertisment

ଜାନି ସାଣ୍ଟାନାଙ୍କ ପୁଅ ହେଲେ ରୁଡ଼ି ଫାରିଆସ୍‌ । ସେ ୮ ବର୍ଷ ତଳୁ ନିଖୋଜ ହୋଇଥିଲେ। ସେତେବେଳେ ସେ ଥିଲେ କିଶୋର ବୟସର । ଆଉ ସେତେବେଳୁ ନିଖୋଜ ଘଟଣାର ତଦନ୍ତ କରୁଥିବା ହଷ୍ଟନ ପୋଲିସ ଏବେ କହିଛି ଯେ ଏ ୮ ବର୍ଷ ଧରି ଫାରିଆସ୍‌ ତାଙ୍କ ମା’ଙ୍କ ସହିତ ଥିଲେ। ତାଙ୍କୁ ଏକ ଚର୍ଚ୍ଚ ନିକଟରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପାଇବାର ଏକ ସପ୍ତାହ ପରେ ଫାରିଆସ୍‌ ତାଙ୍କ ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରୁଡ଼ିଙ୍କ ମା’ ଜାନି ସାଣ୍ଟାନା ପ୍ରାୟ ଏକ ଦଶନ୍ଧି ଧରି ରୁଡି ଫାରିଆସ୍‌ଙ୍କୁ ଗୃହବନ୍ଦୀ କରି ରଖିଥିଲେ। ସେ ତାଙ୍କୁ ନିଜର ଯୌନ କ୍ରୀତଦାସ ଭାବେ ବ୍ୟବହାର କରୁଥିଲେ ।

ସ୍ଥାନୀୟ ଅଞ୍ଚଳର ଜଣେ ସାମାଜିକ କର୍ମୀ କ୍ୱାନେଲ୍‌ ଏକ୍ସ କହିଛନ୍ତି, ‘ରୁଡିଙ୍କୁ ତାଙ୍କ ମା’ ଜାନି, ବାପା ଖେଳ ଖେଳିବାକୁ କହୁଥିଲେ । ଏହି ଖେଳରେ ପୁଅ ରୁଡ଼ିକୁ ସେ ସ୍ୱାମୀଙ୍କ ଭୁମିକା ଦେଉଥିଲେ ।’ ଖାଲି ସେତିକି ନୁହେଁ ରୁଡ଼ିଙ୍କୁ ଏକଥା ବହାରେ କାହାକୁ ନକହିବାକୁ ଜାନି ଧମକ ମଧ୍ୟ ଦେଉଥିଲେ ।

ଉଭୟ ରୁଡ଼ି ଫାରିଆସ ଓ ଜାନି ସାଣ୍ଟାନାଙ୍କୁ ହଷ୍ଟନ ପୋଲିସ ଏକ ହୋଟେଲରେ ଜେରା କରିଛି । ଜେରା ସମୟରେ ସାମାଜିକ କର୍ମୀ କ୍ୱାନେଲ୍‌ ମଧ୍ୟ ଉପସ୍ଥିତ ଥିଲେ । ଫକ୍ସ ୨୬ ହଷ୍ଟନ ୱେବସାଇଟ୍‌ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ରୁଡି କହୁଛି ଯେ ଜାନି ସାଣ୍ଟାନା ତାଙ୍କୁ ତାଙ୍କ ସହ ଶୋଇବାକୁ ବାଧ୍ୟ କରୁଥିଲେ।

Advertisment
Advertisment