/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745069775.jpg)
Building Collapse
ଦିଲ୍ଲୀରେ ଗତ ରାତିରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏହି ଘଟଣାରେ ଏବେ ବି ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ଶୂନଶାନ ରାତିରେ ପ୍ରାୟ ୨ଟା ୩୦ ମିନିଟରେ ଦିଆସିଲି ଖୋଳ ପରି ଭୁଶୁଡି ପଡିଥିଲା କୋଠା ଘର । ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଭୁଶୁଡିବା ବେଳର ଦୃଶ୍ୟ ।
ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଘଟଣାରେ ମୃତକମାନଙ୍କ ତାଲିକା ପ୍ରକାଶ ପାଇଛି । ପୋଲିସର ଏହି ତାଲିକାରେ ବିଲଡିଂ ମାଲିକ ୬୦ ବର୍ଷୀୟ ତେହସିନଙ୍କ ନାଁ ରହିଛି । ମୃତ୍ୟୁବରଣ କରିଥିବା ୧୧ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ
ଏହି ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହି ୪ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡି ପଡିବା ପରେ ଅନେକ ଲୋକ ଚାପି ହୋଇ ରହିଯାଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ପରେ ଏନଡିଆରଏଫ୍ ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଥିଲା ।
ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସ୍ଥାନୀୟ ବିଧାୟକ କହିଛନ୍ତି, ଯାଞ୍ଚ କରାନଯାଇ ବିଲଡିଂଗୁଡିକୁ ଅନୁମୋଦନ କରାଯାଉଥିବାରୁ ଏହି ଘଟଣା ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)