• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

UPSC କ୍ଲିୟର କରିନହାନ୍ତି । ହେଲେ ସବୁଠି ସେମାନଙ୍କୁ ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା । ଏମିତିକି ଗଣମାଧ୍ୟମ ଆଗରେ ମଧ୍ୟ ସେମାନେ ନିଜର ବୟାନ ଦେଇଥିଲେ । ସତେ ଯେମିତି UPSC କ୍ଲିୟର କରିଛନ୍ତି । ଆଖ ପାଖ ଗାଁରେ ଲୋକେ ବି ଭାବିଥିଲେ ସେମାନେ UPSC ପାସ୍ କରିଛନ୍ତି । ସେମାନଙ୍କୁ ଛୁଟୁଥିଲା ଶୁଭେଚ୍ଛାର ସୁଅ । ହେଲେ କଥାରେ ଅଛି ନା, ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଠିକ୍ ଏହି କ୍ରମରେ, ଦୁଇ ଜଣ ମିଛୁଆ ଏବେ ଧରାପଡ଼ିଛନ୍ତି । ସେମାନେ UPSC କ୍ଲିୟର ନକରି ସବୁଠି କହି ବୁଲିଲେ ସେମାନେ IAS ପରୀକ୍ଷାରେ ପାସ୍ କରିଛନ୍ତି । ମିଛ ଧରାପଡ଼ିବା ପରେ ସେମାନଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସେମାନଙ୍କ ବିରୋଧରେ ଏକ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ସେମାନଙ୍କୁ କେଉଁ ଦଣ୍ଡରେ ଦଣ୍ଡିତ କରାଯିବ ସେନେଇ ଚାଲିଛି ତର୍ଜମା ।

ଗତ ମଙ୍ଗଳବାର UPSC ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ଦୁଇଟି ମିଛ କାହାଣୀ । ହରିୟାଣାର ତୁଷାର କୁମାର ଓ ମଧ୍ୟ ପ୍ରଦେଶର ଆୟଶା ମକରାନି କହିଥିଲେ, ସେମାନେ UPSC ରେ କୃତକାର୍ଯ୍ୟ ହୋଇଛନ୍ତି । ହେଲେ ବାସ୍ତବରେ ତାହ ମିଛ ଥିଲା । ଖାଲି କଥାରେ କହିଥିଲେ ତାହା ନୁହେଁ, ସେମାନେ ନିଜ କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ମିଛ ଦଲିଲ ବା କାଗଜପତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ ।

ତେବେ ଏହି ଘଟଣା ଯେତେବେଳେ UPSC ଜାଣିବାକୁ ପାଇଲା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଗଲା ।

କିଛି ଦିନ ତଳେ ପ୍ରକାଶିତ UPSC ୨୦୨୨ ପରୀକ୍ଷାରେ ଏହି ଦୁଇ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ନକଲି ଡକ୍ୟୁମେଣ୍ଟ ଦେଖାଇଥିଲେ । ତେବେ UPSC ପକ୍ଷରୁ ଏହାକୁ ତଦନ୍ତ କରାଯାଇଥିଲା । ଏହି ତଦନ୍ତରେ ଦୁଇ ଜଣଙ୍କ ଆଡମିଟ କାର୍ଡ ଓ ଅନ୍ୟ ଡକ୍ୟୁମେଣ୍ଟ ନକଲି ଥିବା ଜଣାପଡ଼ିଥିଲା । ଏହାପରେ ଦୁଇ ଜଣଙ୍କ ବିରୋଧରେ ଅପରାଧିକ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି UPSC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମଧ୍ୟପ୍ରଦେଶର ଆୟେଶା ମକ୍ରାନୀ ୧୮୪ ରାଙ୍କ ଓ ହରିୟାଣାର ତୁଷାର ୪୪ ରାଙ୍କ ରଖିଥିବା ଦାବି କରିଥିଲେ । ତେବେ ଉଭୟ ପ୍ରିଲିମ ପରୀକ୍ଷାରେ ଫେଲ ହୋଇଥିବା UPSC ଜାଣିବାକୁ ପାଇଛି । ତେବେ ଏହି ଦୁଇ ଜଣ ଯେଉଁ ରାଙ୍କ ପାଇଥିବା ଦାବି କରୁଥିଲେ ସେହି ରାଙ୍କ ପାଇଛନ୍ତି ମଧ୍ୟପ୍ରଦେଶର ଆୟେଶା ଫାତିମା ଓ ବିହାରର ତୁଷାର କୁମାର । ତେଣୁ ମଧ୍ୟପ୍ରଦେଶର ଆୟେଶା ଫାତିମା ଓ ବିହାରର ତୁଷାର କୁମାର ହିଁ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା UPSC ସ୍ପଷ୍ଟ କରିଛି ।