• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଟୋରୁ ବାହାରିଲେ ୨୭ ଯାତ୍ରୀ । ଗୋଟେ ପରେ ଗୋଟେ ଯାତ୍ରୀଙ୍କୁ ବାହର କରାଇଲା ପୋଲିସ । ନିକଟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓରେ ଜଣେ ପୋଲିସ ଅଟୋକୁ ଅଟକାଇ ତାହା ଭିତରୁ ୨୭ ଜଣ ଯାତ୍ରୀ ଗୋଟିଏ ପରେ ଗୋଟିଏ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶ ଫତେହପୁରର ବିନ୍ଦକି କୋଟୱାଲୀ ଅଞ୍ଚଳରେ ବକ୍ରି ଇଦ୍‌ ପାଳନ କରିବା ପାଇଁ କିଛି ଲୋକ ଗୋଟିଏ ଅଟୋରେ ଯାଉଥିଲେ। ସେହି ଅଟୋର ଗତି ବହୁତ ଦ୍ରୁତ ଥିଲା । ଲାଲାଉଲି ଛକରେ ଥିବା ଜଣେ ପୋଲିସ ପୋଲିସ ଦ୍ରୁତ ଗତିରେ ଆସୁଥିବା ଅଟୋକୁ ଅଟକାଇଥିଲା । ପୋଲିସ କର୍ମଚାରୀଙ୍କୁ ଦେଖି ଅଟୋ ଡ୍ରାଇଭର ଗତି ଆହୁରି ବଢ଼ାଇଥିଲେ ସତ୍ତ୍ୱେ ପୋଲିସ ଅଟୋକୁ ଅଟକାଇବାରେ ସକ୍ଷମ ହୋଇଥିଲା । ଯାହା ପରେ ଗୋଟେ ଗୋଟେ କରି ଅଟୋରୁ ସମସ୍ତ ୨୭ ଜଣ ଯାତ୍ରୀ ବାହାରି ଆସିଥିଲେ। ଘଟଣା ପରେ ପୋଲିସ ଅଟୋଟିକୁ ଜବତ କରିଛି ।

ସୂଚନା ଅନୁସାରେ, ଅଟୋରେ ବସିଥିବା ଯାତ୍ରୀମାନେ ଗୋଟିଏ ଗାଁର ବାସିନ୍ଦା ହୋଇଥିବା ବେଳେ ବକ୍ରିଇଦ୍‌ ପାର୍ଥନା ସାରି ସେମାନେ ନିଜ ଗ୍ରାମ ମହାରାକୁ ଯାଉଥିଲେ ।

ଦେଖନ୍ତୁ କିପରି ଗୋଟିଏ ଅଟୋରୁ ବାହାରୁଛନ୍ତି ୨୭ ଜଣ ଯାତ୍ରୀ :-

ତେବେ ପୋଲିସ ଅଟୋରୁ ସମସ୍ତ ଯାତ୍ରୀଙ୍କୁ ବାହାରକରୁଥିବା ସମୟରେ ପାଖରେ ଥିବା ଲୋକେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ୍‌ କରିଥିଲେ । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତୁଶାର ଶ୍ରୀବାସ୍ତବ ନାମକ ଏକ ବ୍ୟକ୍ତି ଏହି ଭିଡିଓକୁ ଟ୍ୱିଟରରେ ଆକାଉଣ୍ଟରୁ ଶେୟାର କରିଛନ୍ତି । ଭିଡିଓର କ୍ୟାପସନରେ ଲେଖାଅଛି, "ଫତେହପୁରର ସମାନ ଅଟୋ ରିକ୍ସାରେ ୨୭ ଜଣ ଲୋକ ଯାତ୍ରା କରୁଥିଲେ ।