Advertisment

Pahalgam Hybrid Terrorism: ପହଲଗାମ୍‌ ଆକ୍ରମଣ ପଛରେ ଅଛି କି ହାଇବ୍ରିଡ୍ ଟେରରିଷ୍ଟଙ୍କ ହାତ ?

ଗତକାଲିର ଆକ୍ରମଣ ପଛରେ ହାଇବ୍ରିଡ୍ ଟେରରିଷ୍ଟଙ୍କ ଆକ୍ରମଣ ଥିବା ସନ୍ଦେହ ବଢ଼ିଛି । କାଶ୍ମୀର ଉପତ୍ୟକାରେ ହାଇବ୍ରିଡ୍ ଟେରରିଜିମ୍ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କ ନିଦ ହଜାଇଦେଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Pahalgam Hybrid Terrorism

Pahalgam Hybrid Terrorism

ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣ ପଛରେ ଅଛି କି ହାଇବ୍ରିଡ୍ ଟେରରିଷ୍ଟଙ୍କ ହାତ। ପର୍ଯ୍ୟଟକଙ୍କ ଆକ୍ରମଣ ପଛରେ ପାକିସ୍ତାନୀ ହାଇବ୍ରିଡ୍ ଟେରରିଜିମ ଫଣ୍ଡାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ୨୦୨୧ ଅଗଷ୍ଟରେ ପ୍ରଥମେ ଜାମ୍ମୁ କାଶ୍ମୀରରେ ହାଇବ୍ରିଡ ଟେରରିଷ୍ଟ ଥିବା ସାମ୍ନାକୁ ଆସିଥିଲା । 

Advertisment

ତେବେ ଗତକାଲିର ଆକ୍ରମଣ ପଛରେ ହାଇବ୍ରିଡ୍ ଟେରରିଷ୍ଟଙ୍କ ଆକ୍ରମଣ ଥିବା ସଂଦେହ ବଢ଼ିଛି । କାଶ୍ମୀର ଉପତ୍ୟକାରେ ହାଇବ୍ରିଡ୍ ଟେରରିଜିମ୍ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କ ନିଦ ହଜାଇଦେଇଛି । ଏହି ହାଇବ୍ରିଡ୍ ଟେରରିଷ୍ଟଙ୍କୁ ଚିହ୍ନଟ କରିବା ଓ ଧରିବା ସୁରକ୍ଷାବାହିନୀ ପାଇଁ ବଡ଼ ଚ୍ୟାଲେଂଜ । ତେବେ ଚର୍ଚ୍ଚାକୁ ଆସିଥିବା ଏହି ହାଇବ୍ରିଡ୍ ଟେରରିଜିମ କ'ଣ ? 

ଅଧିକ ପଢ଼ନ୍ତୁ:ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

ତେବେ ଏମାନେ କେଉଁଠୁ ଆସନ୍ତି ? ଆତଙ୍କୀ କାର୍ଯ୍ୟକଳାପ ପରେ କୁଆଡ଼େ ଯାଆନ୍ତି ? କେଉଁଠୁ ଆଣନ୍ତି ଅସ୍ତ୍ରଶସ୍ତ୍ର ? ବନ୍ଧୁକ ଚାଳନାଠୁ ଆରମ୍ଭ କରି ଅନ୍ୟ ଅସ୍ତ୍ରଶସ୍ତ୍ର ଚାଳନା କେମିତି ଶିଖନ୍ତି ? କିଏ ଏମାନଙ୍କୁ ପରିଚାଳନା କରିଥାଏ ? ଏମାନେ କାହାକୁ କରନ୍ତି ଟାର୍ଗେଟ ? ସୁରକ୍ଷା ଓ ଗୁଇନ୍ଦା ବାହିନୀ ପାଇଁ ଏମାନେ କାହିଁକି ବଡ଼ ଚ୍ୟାଲେଂଜ ? ସିଧା କହିବାକୁ ଗଲେ କାଶ୍ମୀରର ସାଧାରଣ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରାଯାଏ । ଯେଉଁ ମାନଙ୍କର ଅତିତରେ କୌଣସି କ୍ରାଇମ ରେକର୍ଡ ନାହିଁ ସେହି ଭଳି ଯୁବକଙ୍କୁ ଆତଙ୍କବାଦୀ ପାଇଁ ପ୍ରୋତ୍ସାହିତ କରାଯାଏ । 

Advertisment

ଏମାନେ ସାଧାରଣ ଲୋକଙ୍କ ଭଳି ଗାଁରେ ଚଳପ୍ରଚଳ କରନ୍ତି । ସମସ୍ତଙ୍କ ସହ ମିଶି ରୁହନ୍ତି । ସୋସିଆଲ ମିଡିଆରୁ ଅସ୍ତ୍ର ଚାଳନା ଶିଖନ୍ତି । ପାକିସ୍ତାନ ଆତଙ୍କୀ ସଂଗଠନ ଏମାନଙ୍କୁ ନିୟନ୍ତ୍ରଣ କରିଥାଏ । ସ୍ଲିପର ସେଲ ମାଧ୍ୟମରେ ଏମାନଙ୍କ ପାଖକୁ ଖବର ଦିଆଯାଏ । ଗୋଟିଏ ଅପରାଧ ପରେ ଆଉ କୌଣସି ଆତଙ୍କୀ କାର୍ଯ୍ୟରେ ଏମାନଙ୍କୁ ବ୍ୟବହାର କରାଯାଏ ନାହିଁ । ପୁଣି ନୂଆ ଯୁବକଙ୍କୁ ଆତଙ୍କୀ ସଂଗଠନ ଚିହ୍ନଟ କରି କାମରେ ଲଗାଇଥାଏ । ତେଣୁ ଏମାନଙ୍କୁ ଚିହ୍ନଟ କରିବା ସୁରକ୍ଷା ବାହିନୀ ପାଇଁ କଷ୍ଟକର ହୋଇଥାଏ । ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବାରୁ ଏମାନଙ୍କୁ ଧରିବା ସହଜ ହୋଇନଥାଏ । ଅପରାଧ ପରେ ଏମାନେ ସ୍ଥାନୀୟ ଅଞ୍ଚଳରେ ସାଧାରଣ ଭାବେ ଚଳପ୍ରଚଳ କରିଥାନ୍ତି । ସୁରକ୍ଷାବାହିନୀ ଯଦି ବି ଚିହ୍ନଟ କରେ ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ସ୍ଥାନୀୟ ଲୋକେ ଏହାକୁ ବିଶ୍ବାସ କରନ୍ତି ନାହିଁ ଓ ପୋଲିସକୁ ବିରୋଧ କରନ୍ତି । କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ଅଞ୍ଚଳରେ ଅଧିକ ଆତଙ୍କୀ କାର୍ଯ୍ୟକଳାପ ବଢ଼ିବା ଆଶଙ୍କା ଥାଏ । ତେଣୁ ଆତଙ୍କବାଦର ଏଭଳି ଫଣ୍ଡା ସୁରକ୍ଷାବାହିନୀ ପାଇଁ ବଡ଼ ଚ୍ୟାଲେଂଜ ପାଲଟିଛି। 

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Terror Attack Jammu Kashmir
Advertisment
Advertisment