• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଟ୍ରେନ୍‌ରେ ପ୍ରତ୍ୟେକ ଦିନ ଅନେକ ଲୋକ ଯାତ୍ରା କରିଥାନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ ନଂ ଠାରୁ ଆରମ୍ଭ କରି ମେଲ ଆଇଡି ପର୍ଯ୍ୟନ୍ତ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି । ଏହାସହ ସୋସିଆଲ୍‌ ମିଡିଆରେ ବି ବିଭାଗର ପେଜ୍‌ ଆକ୍ଟିଭ୍‌ ରହିଛି । କୌଣସି ଯାତ୍ରୀ ଯଦି ରେଳୱେର କୌଣସି ସେବା କିମ୍ବା ସୁରକ୍ଷା ବାବଦରେ ସୂଚନା ଦେବେ ତେବେ ତୁରନ୍ତ ବିଭାଗ ପକ୍ଷରୁ ତାହାର ସମାଧାନ କରାଯିବ । ତେବେ ଏହାରି ମଧ୍ୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଭାବିବେ ଯେ, ଏପରି ହୀନମାନସିକତା ବ୍ୟକ୍ତି ଅଛନ୍ତି ବୋଲି ।

ବାସ୍ତବରେ, ଗତକାଲି ସମ୍ପର୍କକ୍ରାନ୍ତୀ ଏକ୍ସପ୍ରେସ (ଟ୍ରେନ ନଂ- ୧୨୬୫୦)କର୍ଣ୍ଣାଟକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଅପରାହ୍ନ ୪ଟା ସମୟରେ କୃଷ୍ଣ ଚନ୍ଦ୍ର ବେହେରା ନାମକ ଜଣେ ଓଡ଼ିଆ ବ୍ୟକ୍ତି ଟ୍ରେନ ହାଇଜ୍ୟାକ ହୋଇଯାଇଥିବା ନେଇ ଟ୍ୱିଟରରେ ସୂଚନା ଦେଇଥିଲେ। । ଏନେଇ ସେ ଲେଖିଥିଲେ ଯେ, ‘ଟ୍ରେନ ହାଇଜ୍ୟାକ ହୋଇଯାଇଛି, ଦୟାକରି ସହାୟତା କରନ୍ତୁ’ । ତେବେ ଏଭିଳି ମେସେଜ ଦେଖି ଷ୍ଟେସନରେ ଲୋକେ ପ୍ରାୟ ଦୁଇ ଘଣ୍ଟା ଧରି ଆତଙ୍କିତ ଅବସ୍ଥାରେ ଥିଲେ । ଏମିତିକି ପ୍ରାୟ ଦୁଇ ଘଣ୍ଟା ଧରି ହଜାର ହଜାର ଲୋକଙ୍କ ଛାତିରେ ଛନକା ପଶିଥିଲା । ଏହି ଆତଙ୍କ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଖବର ପାଇ ରେଳବାଇ ପୋଲିସ ସ୍ପଷ୍ଟିକରଣ ଦେଇଥିଲା । ଯାହା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଟ୍ରେନ୍‌ ଡାଇଭର୍ଟ ହୋଇଛି । ଖରାପ ପାଣିପାଗ, ଟ୍ରାକ ମରାମତି କିମ୍ବା ଅନ୍ୟାନ୍ୟ କାରଣ ଗୁଡିକ ପାଇଁ ମଧ୍ୟ ରେଳ ଡାଇଭର୍ଟ କରାଯାଇଥାଏ। କିଛି ଟ୍ରେନ ଡାଇଭର୍ଟର ସୂଚନା ପୂର୍ବରୁ ଦିଆଯାଇଥାଏ ତ ବେଳେ ବେଳେ ଯାତ୍ରା ସମୟରେ ଟ୍ରେନର ଗତିପଥ ବଦଳାଇ ଦିଆଯାଏ।