• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୃତକ କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓ

  • ହତ୍ୟାର କାରଣ ଅସ୍ପଷ୍ଟ; ଅଭିଯୁକ୍ତକୁ ଅଟକ ରଖତ୍ ପୋଲିସର ପଚରାଉଚରା

ନୃଶଂସ ପୁଅର ନାରକୀୟ କାଣ୍ଡ । କଟକ ତୁଳସୀପୁର ଶ୍ରୀବିହାର କଲୋନୀରେ ମାଆକୁ ହତ୍ୟା କଲା ପୁଅ । ଶ୍ରୀ ବିହାର କଲୋନୀରେ ରହୁଥିବା କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ତାଙ୍କ ନିଜ ପୁଅ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପରେଶ କୁମାରୀ ଭଞ୍ଜଦେଓ । ତାଙ୍କ ବୟସ ୭୫ ବର୍ଷ । ଅଭିଯୁକ୍ତ ପୁଅକୁ ବିଡାନାସୀ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ ପୁଅର ମାନସିକ ଅବସ୍ଥା ଠିକ ନଥିଲା । ସବୁବେଳେ ସେ ନିଜ ମାଆଙ୍କ ସହ ଝଗଡ଼ା କରୁଥିଲା । ଆଜି ସକାଳେ ମଧ୍ୟ ଘର ଉପର ମହଲାରେ କେହି ନଥିବା ବେଳେ ମାଆଙ୍କ ସହ ସେ ଝଗଡା କରିଥିଲା ପୁଅ । ଶେଷରେ ଉତକ୍ଷିପ୍ତ ହୋଇ ମାଆକୁ ବୀଭତ୍ସ ଭାବରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମୃତକଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାଣ୍ଡ ପରେ ଫେରାର ହେଇଯାଉଥିବା ବେଳେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା । ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ମାଆ ଓ ଭାଇ ଭିତରେ ଭଲ ପଡ଼ୁନଥିବା କଥା କହିଛନ୍ତି ମୃତ ମହିଳାଙ୍କ ଝିଅ ଜୟନ୍ତୀ ସାମନ୍ତରାୟ । ମୃତ ମହିଳା କନିକା ପୁଅ ସହ ତଳ ଘରେ ରହୁଥିବା ବେଳେ ଝିଅ ଉପର ଘରେ ରହୁଥିଲେ । ଗତ ଶନିବାର ଦିନ ପୁଅ ତଣ୍ଟି ଚିପି ମାରିବା ପାଇଁ ଚେଷ୍ଟା କରୁଥିବା କଥା ଝିଅ ପାଖରେ କହିଥିଲେ । ଆଉ ତା’ ପର ଠାରୁ କନିକା ଜୟନ୍ତୀଙ୍କ ସହ ଉପର ଘରେ ରହୁଥିଲେ । ହେଲେ ‌ଆଜି ସକାଳେ ଜୟନ୍ତୀ ଶୋଇଥିବା ବେଳେ କଲିଂବେଲ୍ ମାରିଥିଲା ଅଭିଯୁକ୍ତ ।

କନିକା କବାଟ ଖୋଲିବା ପରେ ଉଭୟଙ୍କ ମଧ୍ୟରେ ପୁଣି କଳିଗୋଳ ଲାଗିଥିଲା । ତେବେ ଏସବୁ ବିଷୟରେ ଅଜ୍ଞ ଥିଲେ ଝିଅ । ହେଲେ ହଠାତ୍ ଜୋରରେ ଶବ୍ଦ ଶୁଣାଯିବାରୁ ସିସିଟିଭି ଦେଖି ମାଡ଼ଗୋଳ ବିଷୟରେ ଜାଣିପାରିଥିଲେ । ଏହା ପରେ ସେ ତୁରନ୍ତ ପୋଲିସ୍‌କୁ ଫୋନ୍‌ କରିଥିଲେ ।