/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643178949.jpg)
Republic Day 2022
ରାଜ୍ୟ ବିଜେପି ପାର୍ଟି ଅଫିସରେ ପାଳିତ ହୋଇଛି ୭୩ ତମ ଗଣତନ୍ତ୍ର ଦିବସ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପାର୍ଟିରପ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।
Advertisment
ସେହିପରି ବିଜେଡି ପାର୍ଟି ଅଫିସରେ ମଧ୍ୟ ୭୩ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ୱର ମଧ୍ୟ ଓ ଉତ୍ତର ବିଧାୟକଙ୍କ ସମେତ ବିଜେଡିର ବହୁ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ରହିଥିଲେ ।
ଆନ୍ୟପକ୍ଷେ ଭୁବନେଶ୍ୱର କଂଗ୍ରେସ ପାର୍ଟି ଅଫିସରେ ମଧ୍ୟ ୭୩ ତମ ଗଣତନ୍ତ୍ର ଦିବସ ପାଳିତ କରାଯାଇଛି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ନେତା ଏହି ଅବସରରେ ଉପସ୍ଥିତରହିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)