• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଭେଦ-ଅଜେୟ ‘କୁମାମୋତୋ କୈସଲ୍‌’ ଦୁର୍ଗ,

ଜାପାନର ‘କୁମାମୋତୋ କୈସଲ୍‌’ ଏକ ଅଭେଦ-ଅଜେୟ ଦୁର୍ଗ । ଯାହାକୁ ଶତୃପକ୍ଷ କେବେ ବି ଭେଦ କରିପାରିନାହାନ୍ତି । ଶହ ଶହ ବର୍ଷ ଧରି ଏହା ଜାପାନର କ୍ୟୁଶୁ ଦ୍ୱୀପର କୁମାମୋତେ ସହରରେ ନିଜର ଅସ୍ତିତ୍ୱ ବଜାୟ ରଖି ନିଜ ବିଜୟ ବାର୍ତ୍ତା ବହନ କରି ‌ଆସୁଛି । ଏହାର ସବୁଠାରୁ ବଡ ବିଶେଷତ୍ତ୍ୱ ଏହାର ରଙ୍ଗ । ଏହା ସମ୍ପୂର୍ଣ୍ଣ ଭାବେ କଳା ରଙ୍ଗର । ସାଧାରଣ ଭାବେ କୌଣସି ଦୁର୍ଗ ବା ଘରର ଏଭଳି ରଙ୍ଗ ନଥାଏ ।

ଜାପାନରେ ଅନେକ ଦୁର୍ଗ ରହିଛି ଯାହା ବେଶ୍‌ ପ୍ରସିଦ୍ଧ । ଜାପାନର ଇତିହାସ ଏଭଳି ବି ଏକ ସମୟ ଥିଲା, ଯେତେବେଳେ ଏହା ଛୋଟ ଛୋଟ ଅଂଚଳରେ ବିଭାଜିତ ହୋଇଯାଇଥିଲା । ତେଣୁ ଏଠାରେ ସବୁବେଳେ ଯୁଦ୍ଧ ଲାଗି ରହୁଥିଲା । ତେଣୁ ସହରର ରକ୍ଷା ପାଇଁ ଏଭଳି ଦୁର୍ଗ ନିର୍ମାଣ କରାଯାଇଥିଲା । ଆଉ ସେ ଦୁର୍ଗ ଗୁଡିକ ମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଦୁର୍ଗ କୁମାମୋତୋର ଏହି ନିଆରା ଦୁର୍ଗ ।

ବର୍ତ୍ତମାନ ସମୟରେ ଏହି ଦୁର୍ଗର ମରାମତି କାମ ଚାଲୁଅଛି । ୨୦୧୬ ଏପ୍ରିଲ ୧୬ରେ ଭୟଙ୍କର ଭୂମିକମ୍ପ କାରଣରୁ ଏହି ଦୁର୍ଗର ଅନେକ କ୍ଷତି ଘଟିଥିଲା । ତେଣୁ ଏହାର ମରାମତି କରି ଏହାକୁ ପୂର୍ବାବସ୍ଥାକୁ ଆଣିବାକୁ ଚେଷ୍ଟା କରାଯାଉଛି । ତେବେ କୁହାଯାଉଛି ଯେ ଏହି ଦୁର୍ଗର ମରାମତି କୌଣସି ପଜଲ୍‌ର ସମାଧାନ କରିବା ଠାରୁ କମ୍‌ କଷ୍ଟ ନୁହେଁ । ଅଜେୟ ଅଭେଦ ଦୁର୍ଗ ଆଜି ମରାମତି ଅପେକ୍ଷାରେ ।

Kumamoto castle, JapanKumamoto castle, Japan

କୁମାମୋତୋର ଏହି କଳାରଙ୍ଗ ପାଖାପାଖି ୪୦୦ ବର୍ଷ ପୁରୁଣା । ଏହାକୁ ଜାପାନର ସମୁରାଇ କାଳରେ ନିର୍ମାଣ କରାଯାଇଥିଲା । ଏହା ସେ ସମୟ ଥିଲା ଯେତେବେଳେ ଜାପାନରେ ସୁବେଦାର ଓ ସାମନ୍ତ ମାନଙ୍କର ମଧ୍ୟରେ ଯୁଦ୍ଧ ଚାଲିଥିଲା । ଏହି ଦୁର୍ଗ ୧୬୦୭ରେ ନିର୍ମାଣ କରାଯାଇଥିଲା । ଏହି ଦୁର୍ଗରେ ୨୯ ପାଟକ ଓ ୪୯ ଟାୱାର ଥିଲା । ତେଣୁ କୌଣସି ଆକ୍ରମଣ ସମୟରେ ଏହି ଦୁର୍ଗର କୌଣସି କ୍ଷତି ହୋଇପାରେ ନାହିଁ । ଏହାର ୨ ବର୍ଷ ପରେ ପୁଣିଥରେ ଏକ ଯୁଦ୍ଧ ଦେଖିଥିଲା ଏହି ଦୁର୍ଗ ।

୧୮୭୭ରେ ମୋଜି ରାଜବଂଶ ଜାପାନକୁ ଏକାଠି କରିବାର ପ୍ରୟାସ କରିଥିଲେ । କିନ୍ତୁ ସତ୍ସମା ବଂଶ ଏଥିପାଇଁ ରାଜି ନଥିଲେ । ସମୁରାଇର ସେନାପତି ସୈଗୋ ଟକାମୋରୀ ରାଜଧାନୀ ଟୋକିଓ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ତାଙ୍କୁ ଏହି ଦୁର୍ଗ ଜିତିବା ଆବଶ୍ୟକ ଥିଲା । ରାଜାଙ୍କୁ ଦୁର୍ଗ ବଂଚାଇବାର ଥିଲା । କିନ୍ତୁ ସେନାପତିଙ୍କୁ ଦୁର୍ଗ ଜିତିବାର ନିଶା ଘାରିଥିଲା । ଏହି ଯୁଦ୍ଧରେ ଅନେକ ଲୋକମାନଙ୍କର ଜୀବନ ଯାଇଛି । ଅନେକ ଦୁଃଖଦ ଚିତ୍ରର ସାକ୍ଷୀ ସାଜିଛି ଏହି ଦୁର୍ଗ ।

ଏହି ଐତିହାସିକ ଦୁର୍ଗ ଅନେକ ସ୍ମୃତିର ଗନ୍ତାଘର । କିନ୍ତୁ ବର୍ତ୍ତମାନ ଏହା ଭଗ୍ନାବଶେଷ ଅବସ୍ଥାରେ । ଆଶା ଜାପାନବାସୀ ନିଜର ଗୌରବମୟ ଇତିହାସର ଏହି ସୁବର୍ଣ୍ଣ ପୃଷ୍ଠାକୁ ପୁଣିଥରେ ଯୋଡି ଦେଇପାରିବେ । ଏହି ଦୁର୍ଗଟି ଦେଖିବାକୁ ବେଶ୍‌ ଆକର୍ଷଣୀୟ । ଏହା ସମ୍ପୂର୍ଣ୍ଣ ଭାବେ ଜାପାନୀ ଟେକନିକରେ ନିର୍ମିତ । ଏହାର ନିର୍ମାଣରେ ଦୀର୍ଘ ବର୍ଷ ସମୟ ଲାଗିଥିଲା ସତ । କିନ୍ତୁ ଏଭଳି ଅଭେଦ ଦୁର୍ଗ ନିର୍ମାଣ ଏକ ବଡ ସଫଳତା ଥିଲା ବୋଲି କୁହାଯାଏ ।