Advertisment

ଘରେ ବନାନ୍ତୁ ‘ପୋଇ ଚିଙ୍ଗୁଡ଼ି ରସା’

ଖାଇବାରେ ଚିଙ୍ଗୁଡ଼ିର ରେସିପି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସେଥିପାଇଁ ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ବନେଇ ଖାଇଥାଉ । ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ସୁଆଦିଆ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ପୋଇ ଚିଙ୍ଗୁଡ଼ି ରସା’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
'Poi Chingudi Rasa'

'Poi Chingudi Rasa'

ଆମ ଓଡ଼ିଆ ଘରେ ଦେଶୀ ଖାଦ୍ୟର ସ୍ୱାଦ ପୂରା ନିଆରା ଅଟେ । ଆଜି ଆମେ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଆପଣ କେବେ ନଡ଼ିଆ ରସଦିଆ ପୋଇ ଚିଙ୍ଗୁଡ଼ି ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ପୋଇ ଚିଙ୍ଗୁଡ଼ି ରସା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ପୋଇ ଚିଙ୍ଗୁଡ଼ି ରସା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଚଙ୍ଗୁଡ଼ି, ପୋଇପତ୍ର, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆ ପତ୍ର, କଞ୍ଚା ଲଙ୍କା, ଜୀରା, ଧନିଆ, ଡାଲଚିନି, ଗୁଜରାତି, ନଡ଼ିଆ ରସ, ଛୋଟ ଛୋଟ କଟା ନଡ଼ିଆ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆପତ୍ର, ଲଙ୍କା, ଜୀରା, ଧନିଆ, ଡାଲଚିନି ଓ ଗୁଜରାତିକୁ ବାଟି ଦିଅନ୍ତୁ।
  • ବର୍ତ୍ତମାନ ଏକ ମାଟି ପଲମରେ ତେଲ ଗରମ କରି କଟା ପୋଇ ପତ୍ରକୁ ଅଳ୍ପ ଭାଜି ଦିଅନ୍ତୁ।
  • ସେଗୁଡ଼ିକୁ କାଢ଼ି ଦେଇ ସେହି ପଲମରେ ପୁଣି ଥରେ ତେଲ ଗରମ କରି ପ୍ରସ୍ତୁତ କରିଥିବା ବଟା ମସଲାକୁ ପକାଇ କଷନ୍ତୁ।
  • ମସଲା କଷି ହୋଇଯିବା ପରେ ଅଳ୍ପ ଲୁଣ ଓ ଚିଙ୍ଗୁଡ଼ି ପକେଇ ଭଲ ଭାବେ ଗୋଳେଇ ଘୋଡ଼ଣୀ ଦେଇ ଦିଅନ୍ତୁ।
  • ଦୁଇ ତିନି ମିନିଟ୍ ପରେ ଘୋଡ଼ଣୀ କାଢ଼ି ଭଜା ପୋଇପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ଛୋଟ ଛୋଟ କରି କଟା ଯାଇଥିବା ନଡ଼ିଆ, ନଡ଼ିଆ ରସ, ସ୍ୱାଦ ଅନୁସାରେ ଲୁଣ ଓ କଟା କଞ୍ଚା ଲଙ୍କା ପକେଇ ଘୋଡ଼ାଇ ଦିଅନ୍ତୁ।
  • ତିନି ଚାରି ମିନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ଗରମ ମସଲା ପକାନ୍ତୁ ଓ ପଲମକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପୋଇ ଚିଙ୍ଗୁଡ଼ି ରସା’। ଏହି ରେସିପିଟିକୁ ଗରମ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ >

'Poi Chingudi Rasa' Recipe'Poi Chingudi Rasa' Recipe
Odia Food Recipes
Advertisment
Advertisment