Advertisment

Elephants Tracked: ଧାନ ବିଲରେ ୨୯ ଟିକିଆ ହାତୀପଲ

ଧାନ ବିଲରେ ୨୯ ଟିକିଆ ହାତୀପଲ। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ହାତୀ।

author-image
Madhupriya Mistry
Elephant

Elephant

କେନ୍ଦୁଝରରେ ଥମୁନି ହାତୀ ଆତଙ୍କ, କରିଲେଣି କଲବଲ। ଧାନ ଜମିରେ ଖେଦୁଛନ୍ତି ପଲ ପଲ ହାତୀ। ଜିଲ୍ଲାର ସଦର ରେଂଜର ବିସ୍ତୀର୍ଣ୍ଣ ଅଂଚଳରେ ୨୯ ଟିକିଆ ହାତୀପଲ ଧାନ କ୍ଷେତରେ ପଶି ବିଚରଣ କରୁଥିବାର ଦୃଶ୍ୟ କଏଦ ହୋଇଛି ଡ୍ରୋନ୍ କ୍ୟାମେରାରେ।

Advertisment

ଧାନ କିଆରିରେ ଫସଲକୁ ପାଦରେ ଦଳି ଚକଟି ଦଳବଳ ହୋଇ ହାତୀପଲ ଆଗକୁ ଆଗକୁ ମାଡ଼ି ଚାଲିଯାଉଛନ୍ତି ଆଉ ପଛେ ପଛେ ଲୋକେ ସେମାନଙ୍କୁ ଘଉଡାଇବାରେ ବ୍ୟସ୍ତ ଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଗତ ୨ ସପ୍ତାହ ଧରି ସଦର ରେଂଜରେ ଚାଷୀଙ୍କ ନିଦ ହଜାଇଛନ୍ତି ହାତୀପଲ। ବିଳମ୍ବିତ ରାତିରେ ଜୁଡିଆ ପଟୁ ଆସି ରାଇସୁଆଁ ଓ ତା’ ପରେ ଜଳବଙ୍ଗ ବର୍ଷପୁର ଗାଁରେ ଘର ଭାଙ୍ଗିବା ସହ କ୍ଷେତ ନଷ୍ଟ କରିଥିଲେ ହାତୀ।

Advertisment

ସେଠାରୁ ସ୍ଥାନୀୟ ଲୋକ ଘଉଡାଇବା ପରେ କବିତ୍ରା ମେଡ଼ିକାଲ କଲେଜ ନିକଟ କାଠକରଞ୍ଚିଆ ନିକଟରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀପଲରେ ୧୨ଟି ମାଈ ହାତୀ, ୧୧ଟି ଦନ୍ତା ଏବଂ ୬ଟି ଛୁଆ ହାତୀ ଅଛନ୍ତି। ବର୍ତ୍ତମାନ ମୈଦାନକେଲ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିବା ସୂଚନା ମିଳିଛି।

Elephant Kendujhar
Advertisment
Advertisment