Advertisment

Home Guard Job: ଯୋଗ୍ୟତା କେବଳ ପଞ୍ଚମ ପାସ୍‌ , ଚାକିରି ହୋମଗାର୍ଡ...ଆବେଦନ କରିଛନ୍ତି ବଡ଼ ବଡ଼ ଡିଗ୍ରୀଧାରୀ

କିଏ ଗ୍ରାଜୁଏଟ୍‌ ତ ପୁଣି ଆଉ କିଏ ପୋଷ୍ଟ ଗ୍ରାଜୁଏଟ୍‌। ପ୍ରାଇଭେଟ୍‌ କଲେଜରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାକିରି ଟିଏ ନପାଇ ଏବେ ସରକାରୀ ଚାକିରି ଆଶାରେ ଧାଇଁ ଆସିଛନ୍ତି। ଆଶାୟୀ ପ୍ରାର୍ଥୀଙ୍କ ଲାଗିଛି ଲମ୍ବା ଲାଇନ୍‌। ପଡିଆର ବସି ପରୀକ୍ଷା ଦେଇଛନ୍ତି ହଜାର ହଜାର ଯୁବକ ଯୁବତୀ।

author-image
Manasranjan Mohanty
Koraput

Koraput

କିଏ ଗ୍ରାଜୁଏଟ୍‌ ତ ପୁଣି ଆଉ କିଏ ପୋଷ୍ଟ ଗ୍ରାଜୁଏଟ୍‌। ପ୍ରାଇଭେଟ୍‌ କଲେଜରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାକିରି ନପାଇ ଏବେ ସରକାରୀ ଚାକିରି ଆଶାରେ ଧାଇଁ ଆସିଛନ୍ତି। ଆଶାୟୀ ପ୍ରାର୍ଥୀଙ୍କ ଲାଗିଛି ଲମ୍ବା ଲାଇନ୍‌। ପଡିଆର ବସି ପରୀକ୍ଷା ଦେଇଛନ୍ତି ହଜାର ହଜାର ଯୁବକ ଯୁବତୀ। ହୋମ୍‌ଗାର୍ଡ ପଦବୀ ପାଇଁ ହୋଇଥିଲା ପରୀକ୍ଷା। ପଦବୀ ସଂଖ୍ୟା ୧୨୫ କିନ୍ତୁ ପରୀକ୍ଷା ଦେଇଛନ୍ତି ୭ ହଜାର ୮୨, ସିଏ ପୁଣି ଉଚ୍ଚଶିକ୍ଷିତ।

Advertisment

ରବିବାର କୋରାପୁଟ ଡିଏଭି ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ୧୨୫ଟି ହୋମଗାର୍ଡ ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା ହୋଇଥିଲା। ଶିକ୍ଷାଗତ ଯୋଗ୍ୟତା ଥିଲା ୫ମ ପାସ୍‌। ଓ ବୟସ ସୀମା ଥିଲା ୨୦ରୁ ୬୦ ବର୍ଷ। ସରକାରୀ ଚାକିରି ଟିଏ ପାଇବା ପାଇଁ ଏହି ପରକ୍ଷାରେ ଭାଗ ନେଇଥିଲେ ୭ ହଜାର ୮୨ ଜଣ। ଯେଉଁଥିରେ ଅଧିକାଂଶ ଥିଲେ ଉଚ୍ଚଶିକ୍ଷିତ। ଚାକିରି ଲୋଭରେ ନିଜ ଶିକ୍ଷାଗତ ଯୋଗ୍ୟତା ଠାରୁ କମ୍ ପଦବୀ ପାଇଁ ଆବେଦନ କରିଥିଲେ ଗ୍ରାଜୁଏଟ୍‌ ଓ ପୋଷ୍ଟଗ୍ରାଜୁଏଟ୍‌ ପିଲା।

କାରଣ ପରିବାର ଚଳାଇବା ପାଇଁ ଚାକିରିଟିଏ ଦରକାର। ହୋମଗାର୍ଡ ହୋଇ ରାତିରେ ପହରା ଦେବା, କିମ୍ବା ଡ୍ରାଇଭର ଭାବେ ଗାଡି ଚଳାଇବା ଭଳି କାମ ପାଇଁ ସେମାନେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ସାରିଛନ୍ତି। ସେପଟେ ପଞ୍ଚମ ପାସ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ଚାକିରି ପାଇଁ ଉଚ୍ଚଶିକ୍ଷିତ ଆବେଦନ କରିବା ଘଟଣାକୁ ସ୍ୱାଗତ କରିଛନ୍ତି ଏସପି।

Advertisment

ତେବେ ହୋମ୍‌ଗାର୍ଡ ଚାକିରି ପାଇଁ ଗ୍ରାଜୁଏଟ୍‌ ପୋଷ୍ଟଗ୍ରାଜୁଏଟ୍‌ ସମେତ ଅନେକ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ଆବେଦନ କରୁଥିବା ଦେଖି ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ।

Koraput Govt Jobs Postgraduate Home Guard
Advertisment
Related Articles
Advertisment