• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ତେଜୁଛି ଶ୍ୱଶୁର-ବୋହୂ ବିବାଦ । କେତେବେଳେ ଶ୍ୱଶୁର ବୋହୂ ଉପରେ ଦୋଷ ଲଦୁଛନ୍ତି, ଆଉ କେତେବେଳେ ବୋହୂ ଶ୍ୱଶୁରଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏହାରି ଭିତରେ ତପସ୍ୱିନୀ ଘରେ ଲାଗିଥିବା ସିସିଟିଭି ଘୋଡ଼େଇଥିବା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା । ଆଉ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ଗୋଟିଏ ଝିଅର ଇଜ୍ଜତ ମାନ ମର୍ଯ୍ୟାଦା ରହିଛି । ସେ ଡ୍ରେସ୍ ବଦଳାଉଛି ।

କେତେବେଳେ କ’ଣ କରିବ, ଝିଅ ପିଲାଟା ଘର ଆଗରେ ସିସିଟିଭି ସାମ୍ନାର କେମିତି ନିଶ୍ଚିନ୍ତରେ ଶୋଇପାରିବ । ସୁମିତଙ୍କ ପରିବାର ଲୋକ ଅସୁସ୍ଥ ବୋଲି କହୁଛନ୍ତି । ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଥିଲେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ନିଅନ୍ତୁ । ସେମାନେ ଯେପରି ସୁରକ୍ଷା ଲୋଡ଼ୁଛନ୍ତି, ଆମକୁ ମଧ୍ୟ ସୁରକ୍ଷା ଦରକାର । ପୋଲିସ୍ ମୁତୟନ ଅଛନ୍ତି, ସେମାନେ ତାଙ୍କ କାମ କରୁଛନ୍ତି ।

ସୂଚନାଯୋଗ୍ୟ ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ଅଭିଯୋଗ କରିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀ ଥିବା ଗ୍ୟାରେଜ୍ ରୁମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଘୋଡ଼ାଯାଇଛି । ତପସ୍ୱିନୀ ଏପରି କାହିଁକି କଲେ ତାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶ୍ୱଶୁର । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚା ଯାଇଥିବା ସନ୍ଦେହ କରିଛନ୍ତି ପ୍ରମୋଦ ।

ସେପଟେ ସୁମିତଙ୍କ ଘର ଇଲାକାରେ ଲାଗିଛି ଧାରା ୧୪୪ । ବ୍ରହ୍ମାନଗର ୨ ନମ୍ବର ଗଳି ଛକଠୁ ଗୁରୁଦେବ ହସ୍ପିଟାଲ୍ ଯାଏଁ ଅର୍ନିଦ୍ଧିଷ୍ଟ କାଳ ପାଇଁ ୧୪୪ ଜାରି କରାଯାଇଛି । ୪ରୁ ଅଧିକ ଲୋକ ଯେଭଳି ଠୁଳ ନହେବେ, ସେଥିପାଇଁ ମାଇକ୍‌ରେ ପ୍ରଚାର ବି କରୁଛି ପୋଲିସ । ଏପରିକି ସମାଜସେବୀ ପ୍ରମିଳା ତ୍ରିପାଠୀ ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିଦେଲେ ଆଜି ପାଖକୁ ଆଉ କେହି ଯାଉନାହାଁନ୍ତି । ଦୁଇ ଦିନ ପୂର୍ବରୁ ମହିଳାମାନେ ସୁମିତଙ୍କ ଘର ଗ୍ରିଲ୍ ଭାଙ୍ଗି ଯେଭଳି ଢଙ୍ଗରେ ଘରେ ପଶିଲେ, ସେଭଳି ଆଇନଶୃଙ୍ଖଳା ସ୍ଥିତିକୁ ଏଡାଇବାକୁ ପୋଲିସ ଏହି ପଦକ୍ଷେପ ନେଇଛି।