/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758356076.jpg)
Unemployed Graduates
ବିହାରର ସ୍ନାତକ ବେକାରୀ ଯୁବକଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧ ହଜାର ଟଙ୍କା ମାସିକ ଭତ୍ତା ଘୋଷଣା କରିଛନ୍ତି । ୨ ବର୍ଷ ଯାଏଁ ମିଳିବ ଏହି ସହାୟତା । ସରକାରଙ୍କ ନୂଆ ପଦକ୍ଷେପ । ପୁର୍ବରୁ ପ୍ଲସ ଟୁ ଉତ୍ତୀର୍ଣ୍ଣ ହେବା ପରେ ବେରୋଜଗାରଙ୍କୁ ଭତ୍ତା ମିଳୁଥିଲା କିନ୍ତୁ ଏବେ କଳା,ବିଜ୍ଞାନ କମର୍ସ ସ୍ନାତକଙ୍କୁ ମଧ୍ୟ ୧ ହଜାର ଟଙ୍କା ମାସିକ ସହାୟତା ମିଳିବ । ନୀତିଶ କୁମାର କହିଲେ ୨୦୦୫ ମସିହା ପରଠାରୁ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବା ଉପରେ କାଯ୍ୟ କରୁଛନ୍ତି । ତେବେ କେଉଁମାନେ ପାଇପାରିବେ ଏହି ଭତ୍ତା ଆସନ୍ତୁ ଜାଣିବା
୨୦ ରୁ ୨୫ ବର୍ଷ ବୟସ୍କ ଯୁବକ, ଯେଉଁମାନେ ଏବେ କିଛି ପଢୁନାହାନ୍ତି କିମ୍ବା କୖୋଣସି ସରକାରୀ ଏବଂ ବେସରକାରୀ ଚାକିରୀ କରିନାହାନ୍ତି ସେମାନଙ୍କୁ ମଳିବ ,ଏହି ଭତ୍ତା ସେମାନେ ଚାକିରୀ କରିବା ପାଇଁ ଉପଯୁକ୍ତ ପାଠ ପଢିପାରିବେ । ତେବେ କେମତି ଆବଦେନ କରିବେ । ସରକାରୀ ଓେବ ସାଇଟ୍କୁ 7nishchay-yuvaupmission.bihar.gov.in ଯାଇ .ନିଜ ମୋବାଇଲ ନମ୍ବରରେ ରେଜିଷ୍ଟ୍ରେସନ୍ କରିପାରିବେ । ସରକାର ବିସ୍ତୁତ ପ୍ରକ୍ରିୟା ଘୋଷଣା କରିବେ। ବିହାରର ଏକ କୋଟି ଯୁବକଙ୍କୁ ୫ ବର୍ଷରେ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟରେ ସରକାରଙ୍କ ଏହି ପଦକ୍ଷେପ। ନିର୍ବାଚନ ପୂର୍ବରୁ ଏହା ନିଶ୍ଚୟ ବଡ ରାଜନୈତିକ ପଦକ୍ଷେପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)