Advertisment

New Financial Year From Tomorrow: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ଏଥିସହ ବଦଳିଯିବ ଅନେକ ଆର୍ଥିକ ନିୟମ । ଲାଗୁହେବ ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ସ୍ଲାବ । ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହେବ ୟୁନିଫାଏଡ୍ ପେନସନ୍ ସ୍କିମ୍ । GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ଆସିବ ପରିବର୍ତ୍ତନ ।

author-image
Deviprasad Jena
କାଲିଠୁ ନୂଆ UPI ନିୟମ ।

କାଲିଠୁ ନୂଆ UPI ନିୟମ ।

ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ଏଥିସହ ବଦଳିଯିବ ଅନେକ ଆର୍ଥିକ ନିୟମ । ଲାଗୁହେବ ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ସ୍ଲାବ । ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହେବ ୟୁନିଫାଏଡ୍ ପେନସନ୍ ସ୍କିମ୍ । GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ଆସିବ ପରିବର୍ତ୍ତନ । ଆସନ୍ତୁ ଜାଣିବା ଏସବୁ ନିୟମ କିଭଳି ଜନସାଧାରଣଙ୍କୁ ପ୍ରଭାବିତ କରିବ....

Advertisment

ଆଜି ରାତି ୧୨ ବାଜିବା ମାତ୍ରେ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ବଦଳିଯିବ ବହୁ ପୁରୁଣା ନିୟମ । ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ନୂଆ ଆୟକର ନିୟମ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ । ଏହା ଅନୁସାରେ, ବର୍ଷକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବେନି ଆୟକରଦାତା । ଏମିତିକି ଚାକିରିଆ ଗୋଷ୍ଠୀଙ୍କ ଲାଗି ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସହ ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଇନ୍‌କମ ଟ୍ୟାକ୍ସ ଫ୍ରି ରହିବ ।

ସେହିପରି ନୂଆ ଆୟକର ସ୍ଲାବ ଅନୁସାରେ ୪ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟିକସ, ୮ରୁ ୧୨ ଲକ୍ଷ ଯାଏଁ ୧୦ ପ୍ରତିଶତ, ୧୨ରୁ ୧୬ ଲକ୍ଷ ଯାଏଁ ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ଯାଏଁ ୨୦ ପ୍ରତିଶତ, ୨୦ରୁ ୨୪ ଲକ୍ଷ ଯାଏଁ ୨୫ ପ୍ରତିଶତ ଏବଂ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ସେହିପରି ନୂଆ ଆର୍ଥିକ ବର୍ଷ ଆରମ୍ଭ ସହ ପ୍ରତି ଜିଏସଟି ଦାତାଙ୍କ ଇନଭଏସ ବା ବିଲ୍ ର ସିରିଏଲ ନମ୍ବର ପୁଣିଥରେ ୧ରୁ ଆରମ୍ଭହେବ ।

Advertisment

ଅଧିକ ପଢ଼ନ୍ତୁ : ଓଡ଼ିଶା ପାଇଁ ଖୁସି ଖବର, ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପ୍ରକ୍ରିୟା ଆରମ୍ଭ 

ଅପରପକ୍ଷେ ଆସନ୍ତାକାଲିଠାରୁ ଦ୍ରବ୍ୟ ଓ ସେବାକର ବା GST ପୋର୍ଟାଲରେ ଆରମ୍ଭହେବ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ । ଅଧିକ ନିରାପତ୍ତା ଉଦ୍ଦେଶ୍ୟରେ ଏହା କରଦାତାଙ୍କ ଲାଗି ବାଧ୍ୟତାମୂଳକ ରହିବ । ସେହିପରି ଏଣିକି କୌଣସି ଦ୍ରବ୍ୟର ପରିବହନ ଲାଗି ୧୮୦ ଦିନରୁ ଅଧିକ ପୁରୁଣା ଡକ୍ୟୁମେଣ୍ଟ ଉପରେ ଆଉ ମିଳିବନି ଇ-ୱେ ବିଲ୍ ।  ଜିଏସଟିଦାତାଙ୍କୁ ଇନଫର୍‌ମେସନ ଇନଭଏସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ହିଁ କ୍ରେଡିଟ୍ ନୋଟ୍ ଗ୍ରହଣ ଓ ବାତିଲ କରିବାକୁ ହେବ ।

 ଆସନ୍ତାକାଲିଠାରୁ ଲାଗୁହେବ ବହୁ ପ୍ରତୀକ୍ଷିତ ୟୁନିଫାଏଡ୍ ପେନସନ୍ ସ୍କିମ୍ ବା ୟୁପିଏସ୍ । ପୂର୍ବରୁ ଥିବା ପେନସନ୍ ସ୍କିମ୍ ବଦଳରେ ୟୁପିଏସ୍ ଲାଗୁ ପାଇଁ ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୟୁନିଫାଏଡ୍ ପେନସନ୍ ସ୍କିମ୍ ଅଧୀନରେ ଅତିକମରେ ୨୫ ବର୍ଷ ଚାକିରିରେ ଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନସନ ପାଇବେ । ଏହାଦ୍ବାରା ପ୍ରାୟ ୨୩ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ କେତେକ ବ୍ୟାଙ୍କିଙ୍ଗ୍ ନିୟମରେ ମଧ୍ୟ ପରିବର୍ତ୍ତନ ଆସିବ । ନିଷ୍କ୍ରିୟ ନମ୍ବରରେ କାଲିଠାରୁ ଆଉ UPI ପେମେଣ୍ଟ ହୋଇପାରିବନି । ୟୁପିଆଇକୁ ଅଧିକ ସୁରକ୍ଷିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଛନ୍ତି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବା NCPI । ଏହାଛଡ଼ା କେତେକ କ୍ରେଡିଟ୍ କାର୍ଡ ନିୟମରେ ବି ପରିବର୍ତ୍ତନ ଆସିଛି । SBIର କେତେକ ନିର୍ଦ୍ଦିଷ୍ଟ କ୍ରେଡିଟ୍ କାର୍ଡର ରିୱାର୍ଡ ପଏଣ୍ଟ ଢାଞ୍ଚାରେ ପରିବର୍ତ୍ତନ ହୋଇଥିବା ବେଳେ ଏୟାର ଇଣ୍ଡିଆ ସହ ଭିସ୍ତାରା ଏୟାରଲାଇନ୍ସ ସମିଶ୍ରଣ ହେବା କାରଣରୁ ଆକ୍ସିସ ବ୍ୟାଙ୍କ ନିଜର ଭିସ୍ତାରା କ୍ରେଡିଟ୍ କାର୍ଡ ବେନିଫିଟ୍‌କୁ ପରିବର୍ତ୍ତନ କରିଛି ।

ଅଧିକ ପଢ଼ନ୍ତୁ : ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି; କହିଲେ ଆଉ ଛଡ଼ା ଯିବନି...

Nirmala Sitharaman GST Financial Year New Pension Scheme UPI Payment
Advertisment
Advertisment