Advertisment

Sea Engulfing Villages: ସମୁଦ୍ର ଆଁରେ ହଜିଯିବ କି ଗାଁ ! ବସତିକୁ ଗିଳିଦେବନି ତ ସର୍ବଗ୍ରାସୀ ସମୁଦ୍ର ?

ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Sea Engulfing Villages

Sea Engulfing Villages

ସ୍ଥଳଭାଗକୁ ମାଡ଼ି ଆସୁଛି ସର୍ବଗ୍ରାସୀ ସମୁଦ୍ର। ବିପଦ ମୁହଁରେ ଠିଆ ହୋଇଛି ବାଲେଶ୍ୱର ସଦର ବ୍ଲକର ୪ଟି ଗାଁ। ଜୁଆର ମାଡ଼ରେ ଉଚ୍ଚ ବାଲି ବନ୍ଧ, ଝାଉଁ ଜଙ୍ଗଲ ଧୋଇ ଯାଉଛି। ଏମିତି ଯଦି କୂଳ ଖାଇବ, ଯେ କୌଣସି ସମୟରେ ସମୁଦ୍ର ଆଁରେ ଚାଲି ଯାଇପାରେ ବାସ ଓ ବସତି। ଫଳରେ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ସମୁଦ୍ର କୂଳିଆ ଲୋକ। ଜୁଆର ମାଡ଼ରୁ ରକ୍ଷା ପାଇଁ ପ୍ରଭାବିତ ଆଶଙ୍କା ଥିବା ସାର୍ଥା ପଞ୍ଚାୟତର ୪ଟି ଗାଁ ଲୋକ ସୁରକ୍ଷା ପାଚେରୀ ବା ଲୁଣା ବନ୍ଧଟିଏ ପାଇଁ ଦାବି କରି ଆସୁଥିଲେ। ଏବେ ଏଥିପାଇଁ ଭିତ୍ତିପ୍ରସ୍ତର ପଡ଼ିବା ପରେ ଲୋକ ଆଶ୍ବସ୍ତ ହୋଇଛନ୍ତି। 

Advertisment

ସମୁଦ୍ର ଆଁରେ ହଜିଯିବ କି ଗାଁ ! ବସତିକୁ ଗିଳି ଦେବନି ତ ସର୍ବଗ୍ରାସୀ ସମୁଦ୍ର ! ଯେତିକି କୂଳ ଲଂଘୁଛି, ବିପଦ ସେତିକି ବଢୁଛି। ଧଡଧଡ ହେଉଛି ସମୁଦ୍ର କୂଳିଆ ଲୋକଙ୍କ ଛାତି। ଜୁଆର ମାଡ଼ରେ ଖାଇ ଗଲାଣି ବିସ୍ତୀର୍ଣ୍ଣ ସ୍ଥଳଭାଗ। ଧୋଇ ଗଲାଣି ଢାଲ ସାଜିଥିବା ଝାଉଁ ବଣ। ଧୀରେ ଧୀରେ ଗାଁ ମୁହାଁ ହେଉଛି ସମୁଦ୍ର। ଦିନେ ଯେଉଁ ସମୁଦ୍ର ଗାଁଠୁ ୩-୪ କିଲୋମିଟର ଦୂରରେ ଥିଲା ଏବେ ବାଡ଼ି ପଟରେ ଲହଡ଼ି ଭାଙ୍ଗୁଛି। ଗର୍ଜନ ଛାଡୁଛି, ଲୋକଙ୍କ ନିଦ ହଜେଇଛି। ବିପଦକୁ ନିଜ ଆଖିରେ ନିଇତି ଦେଖି ଦେଖି ଭୟ ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ବାଲେଶ୍ବର ସଦର ବ୍ଲକ ସାର୍ଥା ପଞ୍ଚାୟତର ୪ଟି ଗାଁ ବାସିନ୍ଦା। 

ଅଧିକ ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା, ଚୁଟି କଟାକୁ ନେଇ ବାପାକୁ ହାଣିଲା ପୁଅ

ବୁଧିଆମାରୀ, ମେଘା, ବାଂଶୀ ଓ ସାର୍ଥା ଗାଁରେ ସମୁଦ୍ର ଉଛୁଳି କେତେବେଳେ ବାସ ଧୋଇ ଦେଇଛି କ କେବେ ଚାଷ ଉଜାଡିଛି। ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଲୋକଙ୍କ ଛନକା ଆହୁରି ବଢିଯାଏ। ୨୦୨୨ରେ ବାତ୍ୟା ୟଶ ମାଡ଼ରେ ପ୍ରବଳ କ୍ଷତି ସହିଥିଲା ସାର୍ଥା ପଞ୍ଚାୟତ। ସ୍ଥଳଭାଗକୁ ମାଡି ଆସିଥିଲା ସମୁଦ୍ର, ଗାଁଗଣ୍ଡାରେ ପଶି ଯାଇଥିଲା ଲୁଣା ପାଣି। ଏଭଳି ବିପର୍ଯ୍ୟୟରୁ ରକ୍ଷା ପାଇବାକୁ ଲୋକ ସୁରକ୍ଷା ପାଚେରୀ ବା ଲୁଣା ବନ୍ଧ ପାଇଁ ଦାବି କରି ଆସୁଥିଲେ।

Advertisment

ଯେଉଁ ସମୁଦ୍ର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଉଛି, ସିଏ ଅସ୍ତିତ୍ତ୍ବ ଛଡାଇ ନେବାକୁ ବସିଛି। ଦିନକୁ ଦିନ ଉଚ୍ଚ ବାଲି ବନ୍ଧ ଓ ଝାଉଁ ଜଙ୍ଗଲ ଧୋଇ ଯାଉଥିବାରୁ ସମୁଦ୍ର ଗର୍ଭରେ ଗାଁଗଣ୍ଡା ଲୀନ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ସରକାର। ସ୍ଥାନୀୟ ଅଞ୍ଚଳରେ ୧୮ ଫୁଟ ଉଚ୍ଚର ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ଶୁଭ ଦିଆଯାଇଛି। ବାତ୍ୟା ପ୍ରତିରୋଧକ ଲୁଣା ବନ୍ଧ ନିର୍ମାଣରେ ଖର୍ଚ୍ଚ ହେବ ୨୧ କୋଟି ୮୩ ଲକ୍ଷ ଟଙ୍କା। ଲୋକ ଆଶ୍ବସ୍ତ ହୋଇଥିବା ବେଳେ ନୂଆ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଲେଶ୍ବର ସଦର ବିଧାୟକ।

Balasore Natural Disaster
Advertisment
Advertisment