Advertisment

Real Estate Project Controversy: ବିଲଡରଙ୍କୁ ଓରେରାର ବଡ଼ ଛାଟ; ମହଙ୍ଗା ପଡ଼ିଲା ରେଲୱେ ଜମିରେ ରାସ୍ତା କରିବା...

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

ORERA Cracks Down on Real Estate Firm Using Railway Land

ରିଅଲ ଇଷ୍ଟେଟ୍ ସଂସ୍ଥାକୁ ମହଙ୍ଗା ପଡ଼ିଲା ରେଲୱେ ଜମିକୁ ବାସଗୃହ ପ୍ରକଳ୍ପର ରାସ୍ତା ଭାବେ ବ୍ୟବହାର କରିବା। ଆକ୍ସନ ମୁଡ୍କୁ ଆସିଲା ଓରେରା। ଭୁବନେଶ୍ବରରେ ହର୍ଷପ୍ରିୟା ନୀଳାଚଳ ରିଅଲ ଇଷ୍ଟେଟ୍ ସଂସ୍ଥା ବିରୋଧରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ୨ଟି ବାସଗୃହ ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ବେଳେ ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହାର କରିଛି। ଏପଟେ ଓରେରାର ଏଭଳି ନିର୍ଦ୍ଦେଶକୁ ଭୁଲ୍ ବୋଲି ଯୁକ୍ତି ବାଢ଼ିଛନ୍ତି ସଂସ୍ଥାର ପାର୍ଟନର। ଅନ୍ୟପଟେ ରିଅଲ ଇଷ୍ଟେଟ୍ ସଂଘ ପ୍ରଶ୍ନ କରିଛି ପ୍ରକଳ୍ପରେ ଯଦି ତ୍ରୁଟି ଥିଲା, କିଭଳି ମିଳିଲା ବିଏମ୍ସି ଆପ୍ରୁଭାଲ୍ ? କେମିତି ରେରାରେ ପଞ୍ଜୀକୃତ ହୋଇଥିଲା ?

Advertisment

ରେଲୱେ ଜମିକୁ ରାସ୍ତା କରି ଆପାର୍ଟମେଣ୍ଟ ପ୍ରୋଜେକ୍ଟ ! ବିଲଡର ସଂସ୍ଥା ଉପରେ ପଡ଼ିଲା ରେରା ଛାଟ। ଗୋଟିଏ ପ୍ରକଳ୍ପର ପଞ୍ଜୀକରଣ ପ୍ରତ୍ୟାହୃତ। ଆଉ ଗୋଟିଏର ବିକ୍ରିବଟା ଉପରେ ଅଙ୍କୁଶ। ରେଲୱେ ଜମିକୁ ବାସଗୃହ ପ୍ରକଳ୍ପର ରାସ୍ତା ଭାବେ ବ୍ୟବହାର କରିବା ହର୍ଷପ୍ରିୟା ନୀଳାଚଳ ରିଅଲ ଇଷ୍ଟେଟ ପାଇଁ ମହଙ୍ଗା ପଡିଛି। ନିର୍ମାଣାଧୀନ ପ୍ରକଳ୍ପ ‘ଏଚ୍ଏନ୍ କୋର୍ଟୟାର୍ଡ’। ଏଠାରେ କିଛି ଦୂରରେ ରହିଛି ସଂସ୍ଥାର ଅନ୍ୟ ପ୍ରୋଜେକ୍ଟ ‘ମହାଲକ୍ଷ୍ମୀ ନିବାସ’। ଦୁଇଟିଯାକ ପ୍ରକଳ୍ପକୁ ଯିବା ପାଇଁ ଥିବା ରାସ୍ତା ସର୍ବସାଧାରଣ ନୁହେଁ। ପୂର୍ବତଟ ରେଳପଥର ଜମିକୁ ନିଜ ଲାଗି ରାସ୍ତା ଭାବେ ବ୍ୟବହାର କରିଛି ରିଅଲ ଇଷ୍ଟେଟ୍ ସଂସ୍ଥା। ଅଭିଯୋଗ ପାଇବା ପରେ ଆକ୍ସନ ମୁଡ୍କୁ ଆସିଛି ଓଡ଼ିଶା ରେରା। ଇଷ୍ଟକୋଷ୍ଟ ରେଲୱେରୁ ଜମି ବାବଦରେ ତଥ୍ୟ ହାସଲ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବାସଗୃହ କ୍ରେତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଚ୍ଏନ୍ କୋର୍ଟୟାର୍ଡ ପ୍ରକଳ୍ପ ପଞ୍ଜୀକରଣକୁ ପ୍ରତ୍ୟାହାର କରିଛି ରେରା। 

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ୱେବସାଇଟ୍ ବ୍ଲକ୍ ସହ ଖିଲାପୀ ତାଲିକାରେ ରଖିବା ପାଇଁ ବି ନିର୍ଦ୍ଦେଶ ଦେଇଛି। ସେହିପରି ପ୍ରକଳ୍ପର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ବ୍ୟାଙ୍କକୁ ଦିଆଯାଇଛି ନିର୍ଦ୍ଦେଶ। ଅନ୍ୟପଟେ ଅକ୍ୟୁପାନ୍ସୀ ସାର୍ଟିଫିକେଟ୍ ପାଇଁ ମହାଲକ୍ଷ୍ମୀ ନିବାସରେ ବାକି ଥିବା ଆପାର୍ଟମେଣ୍ଟ ବିକ୍ରି ଉପରେ ଲାଗିଛି ରୋକ୍। ଆପ୍ରୋଚ୍ ରୋଡ୍ ବ୍ୟବହାର ପାଇଁ ୨ ମାସ ଭିତରେ ପୂର୍ବତଟ ରେଳପଥରୁ ଅନୁମତି ଆଣିବାକୁ ହର୍ଷପ୍ରିୟା ନୀଳାଚଳକୁ ନିର୍ଦ୍ଦେଶ ଦିଆଯାଇଛି। ଓରେରା ସଦସ୍ୟ ସିଧା ସିଧା ଶୁଣାଇଛନ୍ତି, ବିଲ୍ଡରଙ୍କ ବେଆଇନ କାମକୁ ଜମାରୁ ବରଦାସ୍ତ କରାଯିବନି। ଅନ୍ୟପଟେ ହର୍ଷପ୍ରିୟା ନୀଳାଚଳର ପାର୍ଟନର ଚେତନ ଟେକରିୱାଲ ସୂଚନା ଦେଇଛନ୍ତି ଯେ, ରେରା ନିଜ ପରିସର ବାହାରକୁ ଯାଇ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ଆଇନ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ।

Advertisment

ରିୟଲ ଇଷ୍ଟେଟ୍ ସଂଘ ପ୍ରଶ୍ନ କରିଛି, ଯଦି ରାସ୍ତା ନ ଥିଲା ପ୍ରକଳ୍ପ ଲାଗି ପ୍ଲାନିଂ ଅଥରିଟିଠୁ ଅନୁମୋଦନ ମିଳିଲା କେମିତି ? ରେରା କିଭଳି ପ୍ରକଳ୍ପକୁ ପଞ୍ଜୀକରଣ କଲା ? ଅନୁମୋଦନ ମିଳିବାର ଦୀର୍ଘବର୍ଷ ପରେ ପ୍ରକଳ୍ପ ପଞ୍ଜୀକରଣ ପ୍ରତ୍ୟାହାର ରିଅଲ ଇଷ୍ଟେଟ୍ କ୍ଷେତ୍ର ଉପରେ ନକରାତ୍ମକ ପ୍ରଭାବ ପକାଉଛି। ଅନ୍ୟପଟେ ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, ହର୍ଷପ୍ରିୟା ନୀଳାଚଳ ଘଟଣା ସ୍ପଷ୍ଟ କରୁଛି ଯେ ଉପଯୁକ୍ତ ଯାଞ୍ଚ ବିନା ଅନୁମୋଦନ ଦେଉଛନ୍ତି ପ୍ଲାନିଂ ଆପ୍ରୁଭାଲ ଅଥରିଟି। ଏହାଦ୍ବାରା ଲମ୍ବା ସମୟ ଧରି ଚାଲୁଛି ମାମଲା। ଏଥିଯୋଗୁ ହଇରାଣ ହେଉଛନ୍ତି ଆପାର୍ଟମେଣ୍ଟ କ୍ରେତା। ଓଡ଼ିଶା ରେରାଙ୍କ କଠୋର ଆଭିମୁଖ୍ୟ ପରେ ରିଅଲ ଇଷ୍ଟେଟର ବେଆଇନ କାର୍ଯ୍ୟକଳାପ ଉପରେ କିଭଳି ରୋକ ଲାଗୁଛି ଦେଖିବା କଥା। 

Odisha News RERA Rules
Advertisment
Advertisment