Advertisment

ତମ୍ବା ପାତ୍ରରେ ପାଣି ପିଇଲେ ହୋଇ ନଥାଏ ଉଚ୍ଚ ରକ୍ତଚାପରୁ ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା

ତମ୍ବା ପାତ୍ରରେ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ହଜମ କ୍ରିୟାରେ ଲାଭ ହେବା ସହ ରକ୍ତହୀନତା ଦୂର ହୁଏ, ଥାଏରଏଡ୍‌ ଗ୍ରନ୍ଥିରେ ସନ୍ତୁଳନ ହୁଏ, ଉଚ୍ଚ ରକ୍ତଚାପ ଓ ଆର୍ଥ୍ରାଇଟିସ୍ ଭଳି ସମସ୍ୟାରୁ ବି ମୁକ୍ତି ମିଳେ।

author-image
Pramod Behera
Benefits of drinking water from a copper pot

Benefits of drinking water from a copper pot

ତମ୍ବା ପାତ୍ରରେ ପାଣି ପିଇବାର ସଂସ୍କୃତି ବହୁ ପ୍ରାଚୀନ କାଳର। ଏହା ଦ୍ୱାରା ମିଳିଥାଏ ଅନେକ ଫାଇଦା। କିନ୍ତୁ ସମୟ ବଦଳିବା ସହିତ ଆମର ଅଭ୍ୟାସରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆସିଛି। ଆମେ ଧିରେ ଧିରେ ଆମ ଜୀବନରୁ ତମ୍ବା ପାତ୍ରକୁ ଦୂରେଇ ଦେଇଛେ। କିନ୍ତୁ ତମ୍ବା ଯେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ପ୍ରମାଣିତ ହୋଇଛି।

Advertisment

ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଅଲିଗୋଡାଇନାମିକ୍ ପ୍ରଭାବ ମାଧ୍ୟମରେ, ତମ୍ବା ଆୟନକୁ ପାଣିରେ ଛାଡିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ତେବେ ଆସନ୍ତୁ ତମ୍ବା ପାତ୍ରାରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୋଇଥାଏ ସେ ବିଷୟରେ ଜାଣିବା।

ହଜମ କ୍ରିୟାରେ ଲାଭ:

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ଏହା ଆମର ହଜମ କ୍ରିୟାକୁ ବୃଦ୍ଧି କରେ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ, କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିଦିଏ, ପେଟ ବଢିବା ମଧ୍ୟ କମିଯାଏ ଏବଂ ମେଟାବୋଲିଜିମ୍‌ରେ ଉନ୍ନତି ଆସେ। କିନ୍ତୁ ତମ୍ବା ପାତ୍ରରେ ଗରମ ପାଣି କି ଲେମ୍ବୁ ପାଣି ରଖନ୍ତୁ ନାହିଁ। କେବଳ ସାଧା ପାଣି ରଖି ପିଅନ୍ତୁ।

Advertisment

ରକ୍ତହୀନତା ଦୂର କରେ:

ହିମୋଗ୍ଲୋବିନର ଅଭାବକୁ ରୋକିବା ପାଇଁ ଶରୀର ଲୌହ ଶୋଷିବାରେ ସକ୍ଷମ ହେବା ଉଚିତ। ହିମୋଗ୍ଲୋବିନ୍ ତିଆରି ପାଇଁ ତମ୍ବା ଖାଦ୍ୟ ଭାଙ୍ଗିବା ପ୍ରକ୍ରିୟାରେ ସାହାଯ୍ୟ କରେ। ଏହା ଲୌହ ଅବଶୋଷଣକୁ ସକ୍ଷମ କରିଥାଏ, ଯାହାଦ୍ୱାରା ରକ୍ତହୀନତାର ଆଶଙ୍କା କମିଯାଏ।

ଥାଏରଏଡ୍‌ ଗ୍ରନ୍ଥିରେ ସନ୍ତୁଳନ:

ସଠିକ୍ ପରିମାଣର ତମ୍ବା ଥାଇରଏଡ୍ ଗ୍ରନ୍ଥିର କାର୍ଯ୍ୟକୁ ସୁଗମ କରିଥାଏ। ଏହା ସହିତ ଥାଏରଏଡ୍ ଗ୍ରନ୍ଥିରୁ ଅତ୍ୟଧିକ ହରମୋନ୍ କ୍ଷରଣର କ୍ଷତିକାରକ ପ୍ରଭାବ ସହିତ ଲଢେଇ କରିଥାଏ।

ଉଚ୍ଚ ରକ୍ତଚାପକୁ ରୋକିଥାଏ:

ଶରୀରରେ ତମ୍ବାର ଅଭାବ ରକ୍ତଚାପରେ ଅସନ୍ତୁଳନ ଦେଖେଇଥାଏ। ତମ୍ବାର ପର୍ଯ୍ୟାପ୍ତ ଉପସ୍ଥିତି କୋଲେଷ୍ଟ୍ରଲ, ଟ୍ରାଇଗ୍ଲାଇସରାଇଡକୁ କମ କରିଥାଏ, ଯାହାଦ୍ୱାରା ଉଚ୍ଚ ରକ୍ତଚାପର ସମସ୍ୟା ଦୂର ହୋଇଯାଏ।

ଆର୍ଥ୍ରାଇଟିସ୍‌ରୁ ମୁକ୍ତି ଦିଏ:

ତମ୍ବାରେ ହାଡକୁ ଶକ୍ତିଶାଳୀ କରିବାର ଗୁଣ ରହିଛି। ଏହା ଯୋଗୁଁ ଆର୍ଥ୍ରାଇଟିସ୍‌ରୁ ମୁକ୍ତି ମିଳିଥାଏ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଆଣ୍ଠୁ ଯନ୍ତ୍ରଣାକୁ ଦୂର କରିଥାଏ।

Health
Advertisment
Advertisment