Advertisment

ଅଜବ ପ୍ରତିଭା; ହାତୀ ଆଙ୍କିଲା ହାତୀର ଚିତ୍ର

ହାତୀର ପ୍ରତିଭା ଦେଖି ଆପଣ ବି ସାଲୁଟ୍ ମାରିବେ। ହାତୀ ଧରିଛି ରଙ୍ଗ ତୂଳୀ ଆଉ ଆଙ୍କୁଛି ନିଜର ଚିତ୍ର। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Elephant make nice painting

Elephant make nice painting

ପଶୁମାନଙ୍କର ଅନେକ ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଭିଡିଓ ଅଛି ଯାହାକୁ ଦେଖିବା ପରେ ମଧ୍ୟ ଆମେ ଆମ ଆଖିକୁ ବିଶ୍ୱାସ କରିପାରିବୁ ନାହିଁ। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଟି ଏକ ହାତୀର। ଏହି ହାତୀ ଭିଡିଓ ଦେଖିବା ପରେ, ଆପଣ ବି ନିଜ ଆଖି ଉପରେ ଭରସା କରି ପାରିବେ ନାହିଁ। ଏହି ଭିଡିଓରେ ଏକ ହାତୀ ନିଜର ଚିତ୍ର ତିଆରି କରୁଥିବା ଦେଖାଯାଉଛି। ହାତୀ ଯେ ଏତେ ସୁନ୍ଦର ଚିତ୍ର ଆଙ୍କିପାରେ ଏହା ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ।

Advertisment

ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଆଇଏଫ୍‌ଏସ୍ ଅଧିକାରୀ ପ୍ରବୀଣ ଅଙ୍ଗୁସାମୀ ତାଙ୍କ ଟ୍ୱିଟର୍‌ରେ ସେୟାର କରିଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ହାତୀଟି ନିଜ ଶୁଣ୍ଢରେ ତୂଳି ଧରି ଚିତ୍ର ଆଙ୍ଗୁଛି। ଯଦି ଆପଣ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ତେବେ ଜାଣିପାରିବେ ଯେ ସେ ନିଜେ ହାତୀର ଚିତ୍ର ହିଁ ଆଙ୍କୁଛି। ଖାଲି ସେତିକି ନୁହେଁ ଦେଖିଲାପରେ ଆପଣ ଜାଣିପାରିବେ ଯେ ହାତୀଟି କେତେ ସୁନ୍ଦର ଭାବରେ ଚିତ୍ର ଆଙ୍କିଛି। ଏହାକୁ ଦେଖିଲେ ଲାଗୁଛି ସତେ ଯେପରି ସେ ଏକ ପୋଖତ ଚିତ୍ରଶିଳ୍ପୀ।

Advertisment

ହାତୀର ଏହି ପ୍ରତିଭା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି। ଖବର ଲେଖାହେବା ବେଳକୁ ଭିଡିଓଟିକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିଲେ। ଲୋକମାନେ ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଲୋକ ହାତୀର ଏହି ଅଦ୍ଭୁତ ପ୍ରତିଭାକୁ ଦେଖି 'ଏହି ପୃଥିବୀରେ କିଛି ଅସମ୍ଭବ ନୁହେଁ' ବୋଲି କହିଛନ୍ତି।

Ajab Gajab
Advertisment
Advertisment