Advertisment

ଅଜବ; ଧରାପଡିବାରୁ ନିଜ ମୁହଁକୁ କରିଦେଲେ ମାସ୍କ

ବ୍ୟକ୍ତି ପିନ୍ଧି ନଥିଲେ ମାସ୍କ। ବାଟରେ ଧରା ପଡିଲେ। ନିଜ ମୁହଁକୁ ମାସ୍କ କରି ଦେଖେଇଦେଲେ।

author-image
Pramod Behera
ଅଦ୍ୟତନ ହୋଇଛି
Man made his own face as mask

Man made his own face as mask

ଆଜିକାଲି ସାରା ବିଶ୍ୱରେ କରୋନା ଏବଂ ଏହାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି। ଏପରିକି ଅନେକ ସହରରେ ରାତ୍ରୀ କର୍ଫ୍ୟୁ ମଧ୍ୟ ଚାଲିଛି। ଖାଲି ଏତିକି ନୁହେଁ କେନ୍ଦ୍ର ସରକାର ସମେତ ରାଜ୍ୟ ସରକାର ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ନିରନ୍ତର ଉପଦେଶ ଦେଇ ଚାଲିଛନ୍ତି। ତଥାପି ମଧ୍ୟ ବର୍ତ୍ତମାନ କିଛି ବିଶୃଙ୍ଖଳିତ ଲୋକେ ଦେଖାଯାଆନ୍ତି, ଯେଉଁମାନେ କ୍ରମାଗତ ଭାବରେ କୋଭିଡ୍ ନିୟମକୁ ଖଣ୍ଡନ କରି ଚାଲିଛନ୍ତି।

Advertisment

କୋଭିଡ୍ ନିୟମ ଭିତରେ କେନ୍ଦ୍ର ଓ ରାଜ୍ୟ ସରକାର ସହିତ ଜିଲ୍ଲା ସ୍ତରରେ ପ୍ରଶାସନ ମଧ୍ୟ ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରୁ କମ୍ ସମୟ ବାହାରକୁ ଆସିବା ନେଇ କହୁଛନ୍ତି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଭିଡିଓ ମଧ୍ୟ ଭାଇରାଲ ହେବା ଦେଖାଯାଏ, ଯେଉଁଥିରେ ଲୋକମାନେ ଏହି ନିୟମ ଭାଙ୍ଗିବା ନେଇ ଅଦ୍ଭୁତ ବାହାନା କରୁଥିବା ନଜର ଆସନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶର ଏକ ଭାରାଲ୍ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ଏହି ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଏକ ନିଆରା ମାସ୍କ ପିନ୍ଧିଛି। ଖବର ଏହା ଯେ ସୋସିଆଲ୍‌ ମିଡିଆରେ ଆସିଥିବା ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ବିନା ମାସ୍କରେ ଦେଖାଯାଏ। ଏଥିରେ ଜଣେ ବ୍ୟକ୍ତି ତାଙ୍କ ଭିଡିଓ ସୁଟିଂ କରୁଛନ୍ତି। ଏହି ଭିଡିଓ କରିବା ବେଳେ ସେ ତାଙ୍କ ନାମ ପଚାରନ୍ତି। ଏହାର ଉତ୍ତରରେ ସେ ତାଙ୍କ ନାମ ରାମ ଖେଲୱାନ ସିଂ ରାଠୋର ବୋଲି କହିଛନ୍ତି।

Advertisment

ଏହା ପରେ ସେ ତାଙ୍କୁ ପଚାରିଛନ୍ତି ଯେ ସେ କାହିଁକି ମାସ୍କ ପିନ୍ଧି ନାହାନ୍ତି। ଏହା ପରେ ସେ ବ୍ୟକ୍ତି ଜଣକ ପାଟି କରି କୁହନ୍ତି ଯେ ତାଙ୍କ ପାଖରେ ନିଜେ ତିଆରି କରିଥିବା ଏକ ମାସ୍କ ଅଛି, ଯାହାକୁ ସେ ବେଳେ ବେଳେ ପିନ୍ଧନ୍ତି। ଏହା ପରେ ସେ ତାଙ୍କ ପାଟିକୁ ମୋଡି ନାକକୁ ପାଟିରେ ଘୋଡାଇଦେଉଥିବା ଦେଖାଯାଏ।

ତେବେ ତାଙ୍କ ପାଖରେ ମାସ୍କ ନଥିବା ବେଳେ ତାଙ୍କର ଏହି ନିଆରା ମାସ୍କ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ଖୁବ୍ ପସନ୍ଦ କରାଯାଉଛି। ସୋସିଆଲ ମିଡିଆରେ ଲୋକମାନେ ମଧ୍ୟ ଏହି ଭିଡିଓକୁ ଦେଖିବା ପରେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଡିଓଟି ୧ ଲକ୍ଷ ୪୭ ହଜାରରୁ ଅଧିକ ଭ୍ୟୁ ପାଇଛି।

ଏଥି ସହିତ, ଅନେକ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହି ବ୍ୟକ୍ତି ନିଜ ମୁହଁରେ ମାସ୍କ ତିଆରି କରିବାର କଳାକୁ ଲୋକମାନେ ଖୁବ ମଜାଳିଆ ଓ ଚମତ୍କାର ବୋଲି କହିଛନ୍ତି। ଏହି ସମୟରେ ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୁହନ୍ତି ଯେ 'ଏ ହେଉଛି ଭାରତ ଭାଇ, ଏଠି ସବୁକିଛି ସମ୍ଭବ'।

Viral Video
Advertisment
Advertisment