Advertisment

Baliapata Shooting Drama Twist: ବାଲିପାଟଣା ଗୁଳିମାଡ଼ ଘଟଣାରେ ଟ୍ବିଷ୍ଟ, ନିଜେ ନିଜ ହାତକୁ ଗୁଳି କରିଥିଲା ଯୁବକ

ବାଲିପାଟଣା ପୋଲିସ ସୂଚନା ଅନୁସାରେ, ଦୀପ୍ତିରଞ୍ଜନ ଗତବର୍ଷ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା । ଦୁଷ୍କର୍ମ ପୀଡ଼ିତାଙ୍କ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ନିଜେ ନିଜକୁ କରିଥିଲା ଗୁଳି’

‘ନିଜେ ନିଜକୁ କରିଥିଲା ଗୁଳି’

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଗୁଳିମାଡ଼ ଘଟଣାରେ ଟ୍ବିଷ୍ଟ । ନିଜେ ନିଜ ହାତକୁ ଗୁଳି କରିଥିଲେ ଯୁବକ । ପ୍ରାଥମିକ ତଦନ୍ତରୁ ଏଭଳି ଖୁଲାସା କରିଛି ପୋଲିସ । ପ୍ରତିଶୋଧ ନେବାକୁ ଗୁଳିମାଡ଼ ନାଟକ ରଚିଥିଲା ଆହତ ଦୀପ୍ତିରଞ୍ଜନ ମହାପାତ୍ର ।

Advertisment

ଅଧିକ ପଢ଼ନ୍ତୁ: ସୀମା ଟପିଲା ବର୍ବରତା, ଖୁଣ୍ଟରେ ବାନ୍ଧି ନାବାଳକଙ୍କୁ ପରିସ୍ରା ପିଆଇଲେ

ବାଲିପାଟଣା ପୋଲିସର ସୂଚନା ଅନୁସାରେ, ଦୀପ୍ତିରଞ୍ଜନ ଗତବର୍ଷ ଏକ ଦୁଷ୍କର୍ମ ମାମଲାରେ ଜେଲ ଯାଇଥିଲା । ଦୁଷ୍କର୍ମ ପୀଡ଼ିତାଙ୍କ ସ୍ବାମୀଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା । ପୀଡ଼ିତାଙ୍କ ଘର ସାମ୍ନାରେ ଠିଆ ହୋଇ ନିଜ ହାତକୁ ନିଜେ ଗୁଳି ଚଳାଇଥିଲା ଦୀପ୍ତିରଞ୍ଜନ । ଏହି ଘଟଣାରେ ତାକୁ ବନ୍ଧୁକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିପରି ଆହତ ଦୀପ୍ତି ଏବେ ହସ୍ପିଟାଲରେ ଅଛି । ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Advertisment

ସେପଟେ ଏହି ଘଟଣାରେ ବାଲିପାଟଣା ଥାନା ଆଗରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଦୀପ୍ତିରଞ୍ଜନଙ୍କ ମାଆ କିରୋସିନ ଧରି ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଅଟକାଇଥିଲା । ଦୀପ୍ତିରଞ୍ଜନଙ୍କ ମାଆ ଅଭିଯୋଗ କରିଛନ୍ତି, ପୁଅକୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇଛି । ଏବେ ପୁଣି ପୁଅକୁ ଜେଲରେ ପୂରାଇଲେ ବାପା-ମାଆ ଆତ୍ମାହୂତି ଦେବୁ ।

Bhubaneswar Odisha Commissionerate Police
Advertisment
Advertisment