Advertisment

୫୦ ହଜାର ଦେଲେ ୬୦ ହଜାର ପାଇଲେ, ତା’ପରେ ଚାଲିଗଲା ୧୪ ଲକ୍ଷ...

ମହଙ୍ଗା ପଡ଼ିଲା ବିନା ପରିଶ୍ରମରେ ଘରେ ବସି ଟଙ୍କା ରୋଜଗାର କରିବା। ଚାହୁଁଚାହୁଁ ୧୪ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar man loses 14 Lakh to online fraud

Bhubaneswar man loses 14 Lakh to online fraud

କାମ ଥିଲା ଅତି ସହଜ । ମେସେଜିଂ ଆପ୍ ଟେଲିଗ୍ରାମରେ ଆସୁଥିବା ଭିଡିଓକୁ ଲାଇକ୍ ଓ ଶେୟାର୍ କରିବା। ହେଲେ ରୋଜଗାର ଥିଲା ଭାରି ଲୋଭନୀୟ । ଆଗ ହଜାରେ ଟଙ୍କା ନିବେଶ କରି ଲାଭ ପାଇଲେ । ପରେ ୫୦ ହଜାର ଟଙ୍କା ନିବେଶ କରି ୬୦ ହଜାର ଟଙ୍କା ପାଇଲେ। ଲୋଭ ଆହୁରି ବଢ଼ିଲା। ହଜାରରୁ ଲକ୍ଷରେ ଚାଲିଲା ଖେଳ। ଏଥର କିନ୍ତୁ ଟେଲିଗ୍ରାମ୍ ଆପ୍ ନୁହେଁ। ଯେଉଁମାନେ କାମ ଦେଇଥିଲେ, ସେମାନଙ୍କ ପ୍ରରୋଚନାରେ ପଡ଼ି ବିଟ୍ କଏନ୍ ବା କ୍ରିପ୍ଟୋ କରେନ୍ସିରେ ଚାଲିଲା ଇନଭେଷ୍ଟମେଣ୍ଟ।

Advertisment

ପ୍ରଥମେ ୫ ଲକ୍ଷ, ପରେ ଆଉ କିଛି ଲକ୍ଷ, ଏମିତି ଧୀରେ ଧୀରେ ୧୪ ଲକ୍ଷ ଟଙ୍କା ଡିପୋଜିଟ୍‌ କଲେ ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଞ୍ଚଳର ପ୍ରମୋଦ ସାହୁ। ହେଲେ ଏଥର ଆଉ ଟଙ୍କା ମିଳିଲାନି । ଚାହୁଁଚାହୁଁ ୧୪ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା। ମହଙ୍ଗା ପଡ଼ିଲା ବିନା ପରିଶ୍ରମରେ ଘରେ ବସି ଟଙ୍କା ରୋଜଗାର କରିବା। ଏଭଳି ଠକାମିର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ ପ୍ରମୋଦ।

ଶେଷରେ ୪ ଜଣ ଠକଙ୍କୁ ପୋଲିସ୍‌ ଗିରଫ କରିଛି । ସେମାନେ ହେଲେ ବାଲେଶ୍ୱର ଜିଲ୍ଲାର ବିବେକାନନ୍ଦ ମଲ୍ଲିକ, ସପନ କୁମାର ଦଳେଇ, ସୁନୀଲ କୁମାର ଦାସ ଓ ବିଜନ କୁମାର ପଣ୍ଡା । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୯ ଲକ୍ଷ ଟଙ୍କାକୁ ବି ସାଇବର ପୋଲିସ୍‌ ସିଜ୍ କରିଛି।  ଏଥିସହ ୧୦ଟି ଏଟିଏମ୍‌ କାର୍ଡ, ୫ଟି ପାସ୍‌ବୁକ୍, ୭ଟି ଚେକ୍‌ବୁକ୍, ଗୋଟିଏ ଲାପ୍‌ଟପ୍, ୪ଟି ମୋବାଇଲ ଫୋନ୍ ଓ ଗୋଟିଏ ସିମ୍ ଜବତ ହୋଇଛି।

Advertisment
Cyber Fraud
Advertisment
Advertisment