• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଗଞ୍ଜାମ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ବିଷ ପିଇ ଜୀବନ ହାରିଲେ ପରିବାରର ୩ ଜଣ । ମାଆ ସହ ପୁଅ ଓ ଝିଅର ମୃତ୍ୟୁ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

Also Read

ଅଧିକ ପଢ଼ନ୍ତୁ: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

ସୂଚନା ଅନୁସାରେ ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ । ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ପୋଲିସ୍‌ ଅଧିକ ଖୋଳତାଡ ଜାରି ରଖିଛି ।